ଅନ୍ତିମ ସଂସ୍କାର ପୂର୍ବରୁ ଉପପସ୍ଥିତ ହେଲେ ମୃତ ବ୍ୟକ୍ତି

ନୂଆଦିଲ୍ଲୀ (୧୪.୧୦.୨୨) : ଗୁରୁବାର ୟୁପିର ହାର୍ଡୋଇ ଜିଲ୍ଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ତିନି ଦିନ ଧରି ଜଣେ ଯୁବକ ନିଖୋଜ ଥିଲେ । ଉକ୍ତ ନିଖୋଜ ବ୍ୟକ୍ତିଙ୍କୁ ପରିବାର ଲୋକ ଖୋଜା ଖୋଜି କରିଥିଲେ । ସେହି ସମୟରେ ପରିବାର ଲୋକଙ୍କୁ ଖବର ମିଳିଥିଲା ରେଲୱେ ଟ୍ରାକରେ ଏକ ମୃତ ଦେହ ମିଳିଛି । ଏହା ପରେ ତାଙ୍କୁ ଘରକୁ ଆଣି ଶବ ସତ୍କାର କରିବା ପ୍ରସ୍ତୁତି ଚାଲିଥିବା ବେଳେ ହଠାତ ପହଞ୍ଚିଥିଲେ ଯୁବକ ଜଣଙ୍କ । ତାଙ୍କୁ ପରିବାର ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।

କୋଟୱାଲି ଗ୍ରାମାଞ୍ଚଳର କାନଶିରାମ କଲୋନୀରେ ରହୁଥିବା ସନ୍ଦୀପ ସୋମବାର ଠାରୁ ନିଖୋଜ ଥିଲେ। ବୃଦ୍ଧ ମାଆ ବିଦ୍ୟାବତୀ ଏବଂ ଭାଇ ସନ୍ତୋଷ ତାଙ୍କୁ ଖୋଜିବାରେ ଲାଗିଥିଲେ। ପରେ ଖବର ପାଇଥିଲେ ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ସନ୍ଦୀପଙ୍କ ଭାଇ ସନ୍ତୋଷ ଆରପିଏଫ ପୋଷ୍ଟକୁ ଯାଇ ପୋଷାକ ଏବଂ ହାତର ଆଙ୍ଗୁଠି ଦ୍ୱାରା ଶରୀରକୁ ଚିହ୍ନଟ କରିଥିଲେ।

ପୋଷ୍ଟମର୍ଟମ ପରେ ପୋଲିସ ମୃତଦେହକୁ ପରିବାରକୁ ଦେଇଥିଲା। ଯେତେବେଳେ ସନ୍ତୋଷ ମୃତଦେହକୁ ନେଇ ଘରେ ପହଞ୍ଚିଲେ ଶୋକର ଛାୟା ଖେଳି ଯାଇଥିଲା। ଶେଷ ରୀତିନୀତି ପାଇଁ ପ୍ରସ୍ତୁତି ଚାଲିଥିଲା ବେଳେ ହଠାତ୍‌ ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହା ଜାଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଦୀପଙ୍କୁ ପଚରାଉଚରା କରିଥିଲା। ପରେ ପୋଲିସ ମୃତଦେହକୁ ନେଇ ସେଠାରୁ ନେଇ ଚାଲିଯାଇଥିଲା।

Leave A Reply

Your email address will not be published.