You are currently viewing ବିହାରର ଉପମୁଖ୍ୟମନ୍ତ୍ରୀ ହେବେ ତାରାକିଶୋର ପ୍ରସାଦ ଓ ରେଣୁ ଦେବୀ

ବିହାରର ଉପମୁଖ୍ୟମନ୍ତ୍ରୀ ହେବେ ତାରାକିଶୋର ପ୍ରସାଦ ଓ ରେଣୁ ଦେବୀ

ନୂଆଦିଲ୍ଲୀ, ଆଜି ବିହାରରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତିଶ କୁମାର । ଚାରିଥର ବିଜେପି ବିଧାୟକ ତଥା ସିମାଞ୍ଚଳର ବରିଷ୍ଠ ନେତା ତାରାକିଶୋର ପ୍ରସାଦ ଓ ରେଣୁ ଦେବୀ ବିହାରର ନୂତନ ଉପମୁଖ୍ୟମନ୍ତ୍ରୀ ହେବେ  । ବିହାରରେ ଡେପୁଟି ସିଏମ୍ କିଏ ହେବେ ସେନେଇ ଗତ 48 ଘଣ୍ଟା ଧରି କ୍ରମାଗତ କଳ୍ପନାଜଳ୍ପନା ଚାଲିଥିଲା  ।ଏନେଇ ବିଜେପି ବିଧାୟକ ଦଳ ନେତା ତାରକିଶୋର ସୂଚନା ଦେଇଛନ୍ତି । ତେବେ ଆଜି ଅପରାହ୍ନରେ ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ । ଏଥିରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗଦେବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।