You are currently viewing କୁକୁରକୁ ଉଠାଇନେଲା ବାଘ, ଦେଖନ୍ତୁ ଭିଡ଼ିଓ

କୁକୁରକୁ ଉଠାଇନେଲା ବାଘ, ଦେଖନ୍ତୁ ଭିଡ଼ିଓ

ମହାରାଷ୍ଟ୍ର ନାସିକର ଏକ ଗାଁରେ ଏକ କଲରାପତରିଆ ବାଘ ଜନବସତି ଅଞ୍ଚଳକୁ ପଶି ଆସିଥିଲା, ଯାହାର ଦୃଶ୍ୟ ଏବେ
ସିସିଟିଭି କ୍ୟାମେରାରେ କଏଦ ହୋଇଛି। ବାଘଟି ଏକ ପୋଷା କୁକୁର ଉପରେ ମଧ୍ୟ ଆକ୍ରମଣ କରିଛି। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭୟଙ୍କର ଘଟଣାର ଭିଡିଓ ୟୁଜରମାନଙ୍କ ହୋଶ୍ ଉଡ଼ାଇ ଦେଇଛି। ଟ୍ଵିଟରରେମଧ୍ୟ ଏହି ଭିଡ଼ିଓ ୮୬ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି।

ଭିଡିଓରେ ଦେଖାଯାଉଛି କି, ଲାଲ୍ ରଙ୍ଗର ପଟି ବନ୍ଧା ହୋଇଥିବା ଏକ କଳା କୁକୁର ପାଚେରୀ ଉପରେ ବସିଛି। କିଛି ସେକେଣ୍ଡ ପରେ ଏହି ଭିଡ଼ିଓରେ ଏକ କଲରାପତରିଆ ବାଘ ନଜର ଆସୁଛି। ବାଘଟି ପ୍ରଥମେ କୁକୁରକୁ ଦେଖି ପଛକୁ ହଟୁଛି ଏବଂ ପରେ ଆଗକୁ ଆସି କୁକୁର ଉପରେ ଆକ୍ରମଣ କରୁଛି। କିଛି ସମୟ ଏପରି ଆକ୍ରମଣ କରିବା ପରେ କଲରାପତରିଆ ବାଘଟି କୁକୁରକୁ ପାଟିରେ କାମୁଡ଼ି ସେଠାରୁ ନେଇ ଚାଲି ଯାଉଛି।

ଏ ନେଇ ନାସିକ ଉପବନ ସଂରକ୍ଷକ ପଙ୍କଜ ଗର୍ଗ କହିଛନ୍ତି, ‘ଆମେ ଗ୍ରାମବାସୀଙ୍କୁ ରାତିରେ ଘର ଭିତରେ ରହିବାକୁ ଅପିଲ କରୁଛୁ। କାହିଁକି ନା, ଏହି ଅଞ୍ଚଳରେ କଲରାପତରିଆ ବାଘମାନଙ୍କର ଗତିବିଧି ବଢ଼ି ଯାଇଛି। ଲୋକେ ଏଥିପ୍ରତି ସତର୍କ ରହିବା ଉଚିତ’। ଅନ୍ୟପଟେ ଏଭଳି ଭିଡ଼ିଓ ଦେଖିବା ପରେ ସୋସିଆଲ ମିଡିଆରେ ଜଣେ ୟୁଜର କହିଛନ୍ତି, ‘ଲୋକମାନେ ନିଜ ପୋଷା କୁକୁରଙ୍କୁ କାହିଁକି ବାହାରେ ରଖୁଛନ୍ତି। ଯେତେବେଳେ କି, ସେମାନଙ୍କୁ ଜଣାଥାଏ ଯେ କଲରାପତରିଆ ବାଘ ଆକ୍ରମଣ କରିପାରେ’ ସେଠାରେ ସେମାନେ ନିଜ ଘରେ ପୋଷା କୁକୁରକୁ ବନ୍ଦ କରି ରଖିବା ଉଚିତ।

ଅନ୍ୟମାନଙ୍କୁ ଜଣାନ୍ତୁ।