rahul-modi

ରାହୁଲ ଓ ମୋଦୀଙ୍କୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ 

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧୀଙ୍କ ଭାଷଣ ସମ୍ପର୍କରେ ନିର୍ବାଚନ ଆୟୋଗ ବିଜେପି ଓ କଂଗ୍ରେସକୁ ନୋଟିସ ଜାରି କରିଛନ୍ତି।

ସାମ୍ପ୍ରଦାୟିକ ବୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ ନିର୍ବାଚନୀ ସଭାରେ ଭୁଲ୍ ତଥ୍ୟ ଦେବା ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବୟାନ ପରେ ଆକ୍ସନ ମୋଡରେ ଭାରତୀୟ ନିର୍ବାଚନ କମିଶନ। ଏନେଇ କମିଶନଙ୍କ ପକ୍ଷରୁ ଉଭୟ ଦଳର ସଭାପତିଙ୍କୁ ନୋଟିସ ଜାରି କରାଯାଇଥିବା ବେଳେ ୨୯ ଏପ୍ରିଲ ପୂର୍ବାହ୍ନ ୧୧ଟା ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ପୂର୍ବରୁ ଉଭୟ ଦଳ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଧର୍ମ, ଜାତି, ସମୁଦାୟ ଓ ଭାଷା ଆଧାରରେ ସାମ୍ପ୍ରଦାୟିକ ବୟାନ ନେଇ ଘୃଣା ସୃଷ୍ଟି କରୁଥିବା ନେଇ ନିର୍ବାଚନ କମିଶନଙ୍କ ପାଖେ ଅଭିଯୋଗ କରିଥିଲା କଂଗ୍ରେସ । ସେପଟେ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧୀ ଭାରତରେ ଗରିବୀ ବଢିଥିବା ନେଇ ଭୁଲ ତଥ୍ୟ ଦେଇଥିବା ବିଜେପି ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।