You are currently viewing ଆପ୍‌କୁ ଗଲେ ପୂର୍ବତନ ସାଂସଦ

ଆପ୍‌କୁ ଗଲେ ପୂର୍ବତନ ସାଂସଦ

ନୂଆଦିଲ୍ଲୀ(20.11.22): ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟ୍‌କା। ହାତ ଛାଡି ଝାଡୁ ଧରିଛନ୍ତି ଦଳର ପୂର୍ବତନ ସାଂସଦ ମହାବଳ ମିଶ୍ରା। ମହାବଳ କଂଗ୍ରେସର ପୂର୍ବତନ ସାଂସଦ ଥିବା ବେଳେ ସେ ପୂର୍ବାଞ୍ଚଳ ସମାଜର ଜଣେ ବଡ ନେତା ଭାବେ ବେଶ୍ ଜଣାଶୁଣା। ମହାବଳ ମିଶ୍ରା ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। କେଜ୍ରିୱାଲ ଆଜି ପାହାଡଗଞ୍ଜ ଠାରେ ଏକ ଜନସଭା କରୁଥିବା ବେଳେ ମହାବଳ ଏହି ସଭାରେ ଉପସ୍ଥିତ ରହି ଆମ୍‌ଆଦମୀ ପାର୍ଟିରେ ଯୋଗ ଦେଇଥିବା ଜଣାପଡିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।