You are currently viewing ଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତି

ଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତି

ଏଏନ୍ଏସ୍: ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଅକ୍ଟୋବର ୧୪ରେ ଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ବୋଲି ଆୟୋଜକମାନେ କହିଛନ୍ତି। ଏହି ପ୍ରତିମୂର୍ତ୍ତିର ଉଚ୍ଚତା୧୯ଫୁଟ। ଆମ୍ବେଦକରଙ୍କ ଏହି ୧୯ଫୁଟ ପ୍ରତିମୂର୍ତ୍ତିକୁ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟି ନାମରେ ନାମିତ କରାଯାଇଛି, ଯାହା ପ୍ରସିଦ୍ଧ କଳାକାର ତଥା ଶିଳ୍ପୀ ରାମ ସୂତାରଙ୍କ ଦ୍ୱାରା ନିର୍ମିତ ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।