ନୂଆଦିଲ୍ଲୀ (୨୯.୧୧.୨୨) : ଜଳୁଛି ମାକେର୍ଟ କମ୍ପେ୍ଲକ୍ସ । ୫ ଦିନ ହେବ ଏହି ନିଆଁ ଲିଭିବାର ନାଁ ଧରୁନି । ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲଗିଥିବା ନିଆଁ ୫ ମ ଦିନରେ ପହଞ୍ଚିଛି । ନିଆଁ ଲିଭାଇବା ପାଇଁ ୧୫୦ ଟି ଦମକଳ ଗାଡି ମୁତୟନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ନିଆଁ ଆତ ହୋଇ ନାହିଁ । ଯାହା ଚିନ୍ତାର କାରଣ ହୋଇଛି । ବ୍ୟବସାୟୀଙ୍କ ସଂସ୍ଥା କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ କେନ୍ଦ୍ର, ଦିଲ୍ଲୀ ସରକାର ଏବଂ ବୀମା କମ୍ପାନୀଗୁଡ଼ିକୁ ଭାଗିରଥ ପ୍ୟାଲେସ୍ ବଜାରର ପ୍ରଭାବିତ ବ୍ୟବସାୟୀମାନଙ୍କ ପାଇଁ ଥଇଥାନ କାର୍ଯ୍ୟ ଆରମ୍ଭ କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛି। ଅଗ୍ନିକାଣ୍ଡ ଯୋଗୁଁ ଏଠାରେ ପାଖାପାଖି ୨୫୦ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇଯାଇଛି। ସେପଟେ ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେଲୱାଲ ଏବଂ ଅନ୍ୟ ବାଣିଜ୍ୟ ନେତାମାନେ କହିଛନ୍ତି ଯେ ଦିଲ୍ଲୀ ଇଲେକ୍ଟ୍ରିକାଲ ଟ୍ରେଡର୍ସ ଆସୋସିଏସନ ସହିତ ପ୍ରଭାବିତ ବ୍ୟବସାୟୀଙ୍କ ବୀମା ଦାବି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ କରାଯିବ।ଏକ ଅଧିକାରୀଙ୍କ କହିବା ମୁତାବକ, ନଭେମ୍ବର ୨୪ ରାତିରେ ଚାନ୍ଦନୀଚୌକ ଭାଗିରଥୀ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ୨୫ ତାରିଖ ସକାଳ ସୁଦ୍ଧା ନିଆଁକୁ ଆୟତ କରାଯାଇଥିଲା। କିନ୍ତୁ ପୁଣି ଥରେ କିଛି ଦୋକାନରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟାରେ ଇଲେକ୍ଟ୍ରିକ୍ ଓ ପ୍ଳାଷ୍ଟିକ୍ ଉପକରଣ ଥିବାରୁ ନିଆଁକୁ ସହଜରେ ଲିଭା ଯାଇପାରୁନାହିଁ ବୋଲି କୁହାଯାଉଛି।
ଯୁବକ ଙ୍କୁ ବିଭତ୍ସ ହତ୍ୟାNEWS SUPERFAST [email protected]ଝିଅଙ୍କୁ ଦେଖି ଚେତାଶୂନ୍ୟ ହେଲେ ଛାତ୍ରଅର୍ଚ୍ଚନା ନାଗ ମାମଲା : କୋର୍ଟରେ ଚାର୍ଜସିଟ ଦାଖଲ କରିବ କମିଶନରେଟ ପୋଲିସ୨୪ ଫେବ୍ରୃଆରୀରେ ବିଧାନସଭାରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀଦନ୍ତାର ମୃତଦେହ ଠାବନିଶା ନିବାରଣ କେନ୍ଦ୍ରରେ ଯୁବକ ମୃତ୩ ଜଣଙ୍କୁ କାର ଚଢାଇଦେଲେ ବ୍ୟକ୍ତିମାଲ୍ବାହୀ ଟ୍ରେନ୍ର ୧୧ଟି ବଗି ଲାଇନ୍ଚ୍ୟୁତନବ ଦାସକୁ ହତ୍ୟା କରିବା ପୂର୍ବରୁ ପ୍ରସ୍ତୁତ ଥିଲା ଗୋପାଳ