ନୂଆଦିଲ୍ଲୀ(୧୭.୨.୨୩) : ୟୁଟ୍ୟୁବର ନୂଆ ସିଇଓ ହେଲେ ଭାରତୀୟ ବଂଶୋଦ୍ଭବ ନିଲ ମୋହନ । ୯ ବର୍ଷ ଧରି ଏହି ପଦରେ ରହିବା ପରେ ଗତକାଲି ସୁସାନ ୱଜସିକି ଇସ୍ତଫା ଦେଇଛନ୍ତି । ଏହାପରେ ଗୁଗୁଲ ପକ୍ଷରୁ ନିଲ ମୋହନଙ୍କୁ ନିଯୁକ୍ତି ମିଳିିଛି । ଏହାପୂର୍ବରୁ ନୀଲ ମୋହନ ୨୦୧୫ରୁ ୟୁଟ୍ୟୁବର ଚିଫ ପ୍ରଡକ୍ଚ ଅଫିସର ଦାୟିତ୍ୱରେ ଥିଲେ । ଅନ୍ତର୍ଜାତୀୟ ସ୍ତରରେ ଆଇଟି କମ୍ପାନୀରେ ଭାରତୀୟ ବଂଶୋଦ୍ଭବଙ୍କ ଦବଦବା ରହିଛି । ଏହାରି ଭିତରେ ନିଲ ମୋହନ ମଧ୍ୟ ସାମିଲ ହୋଇଛନ୍ତି । ଷ୍ଟାନଫୋର୍ଡ ୟୁନିଭରସିଟିରୁ ନୀଲ ମୋହନ ପାଠ ପଢିଛନ୍ତି । ନୀଲ ମୋହନ ମାଇକ୍ରୋସଫଟ, ଇନଟେଲ, ଆସେନଚର ଭଳି ବଡ ବଡ ଆଇଟି କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ । ଇସ୍ତଫା ଦେଇଥିବା ସୁସାନଙ୍କୁ ୨୦୧୪ରେ ୟୁଟ୍ୟୁବ୍ ସିଇଓ ଭାବେ ନିଯୁକ୍ତ କରାଯାଇଥିଲା । ସେହି ପଦରେ ଦୀର୍ଘଦିନ ପର୍ଯ୍ୟନ୍ତ କାମ କରିବା ପରେ ଏବେ ସେ ପରିବାର, ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ପ୍ରକଳ୍ପ ଉପରେ କାମ କରିବାକୁ ଚାହୁଥିବାରୁ ଇସ୍ତଫା ଦେବେ । ଗୁଗୁଲ୍ ସହ ସେ ଦୀର୍ଘ ୨୫ ବର୍ଷ ଧରି ରହିଥିଲେ । ଗୁଗୁଲରେ ଯୋଗ ଦେବା ପୂର୍ବରୁ ସେ ଇଣ୍ଟେଲରେ କାମ କରୁଥିଲେ ।
ଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକସ୍ୱାସ୍ଥ୍ୟପାଇଁ ଉପକାରୀ ଆମ୍ବପତ୍ର