ଦେଶରେ ଲକଡାଉନ କାରଣରୁ ଲୋକମାନେ ଗ୍ରାମାଞ୍ଚଳକୁ ଆସିଯାଇଥିବାରୁ ଦେଶରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା କମିଛି ବୋଲି ସୂଚନା ମିଳିଛି । ଏପ୍ରିଲ ଏବଂ ଜୁନ ରେ ମୋବାଇଲ କମ୍ପାନୀମାନେ ୧.୭୪ କୋଟି ଗ୍ରାହକ ହରାଇଛନ୍ତି । ଟେଲିକମ ରେଗୁଲେଟୋରୀ ଅଥରଟି ଅଫ୍ ଇଣ୍ଡିଆ (ଟ୍ରାଇ) କହିଛି ଯେ, ଲୋକମାନେ ଗ୍ରାମାଞ୍ଚଳକୁ ଆସିଯିବା କାରଣରୁ ସେଠାରେ ମୋବାଇଲ ଗ୍ରାହକଙ୍କ ରିଚାର୍ଜ ମଧ୍ୟ କମିଯାଇଛି । ଟ୍ରାଇର ରିପୋର୍ଟ ଅନୁଯାୟୀ ଜୁଲାଇରେ ଗାଁରେ ଗ୍ରାହକଙ୍କ ସଂଖ୍ୟା ବଢ଼ିଥିଲା ହେଲେ ଅଗଷ୍ଟରେ ଏହି ସଂଖ୍ୟା କମିଥିଲା ବୋଲି ଜଣାପଡ଼ିଛି। କାଉଣ୍ଟର ପଏଣ୍ଟର ଗବେଷକ ତଥା ଉପସଭାପତି ନେଲ୍ ଶାହ କହିଛନ୍ତି, ଲକଡାଉନ୍ ବେଳେ ଅଧିକାଂଶ ଲୋକେ ଗାଁ ପଳାଇଆସିଥିଲେ। ଅନ୍ୟପଟେ ରୋଜଗାର ମଧ୍ୟ କମିଥିଲା। ତେଣୁ ଅନେକ ନିଜ ନିଜ ମୋବାଇଲ୍ ରିଚାର୍ଜ କରୁନଥିଲେ। ଯେଉଁ କାରଣରୁ ମୋବାଇଲ ଗ୍ରାହକଙ୍କ ସଂଖ୍ୟା କମିଛି ବୋଲି ଜଣାପଡିଛି ।
ଟ୍ରାଇର ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ମାସ ଶେଷ ବେଳକୁ ଲକଡାଉନ୍ ହୋଇଥିଲା। ଏହି ସମୟରେ ୧୧୫.୭ କୋଟି ମୋଟ୍ ମୋବାଇଲ୍ ଗ୍ରାହକ ଥିଲେ। ଏହାପରେ କିନ୍ତୁ ଜୁନ୍ ମାସ ବେଳକୁ ୧.୭ କୋଟି ଗ୍ରାହକ କମି ଏହି ସଂଖ୍ୟା ୧୧୪ କୋଟି ହୋଇଥିଲା। ଜୁନରେ ଏହି ସଂଖ୍ୟା ୧୧୪.୪ କୋଟି ଥିବା ବେଳେ ଜୁଲାଇରେ ଏହି ସଂଖ୍ୟା ୧୧୪.୭ କୋଟି ଥିଲା ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା