ରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆ

ନୂଆଦିଲ୍ଲୀ (୩୦.୩.୨୩) :  ଆଇପିଏଲ ବା ଇଣ୍ଡିଆନ ପ୍ରିମିୟର ଲିଗର ପୂର୍ବତନ ମୁଖ୍ୟ ଲଳିତ ମୋଦୀ ଘୋଷଣା କରିଛନ୍ତି କି ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ଟିପ୍ପଣୀ ବିରୋଧରେ ବ୍ରିଟେନ କୋର୍ଟରେ ମାମଲା ଦାଖଲ କରିବେ । ରାହୁଲ ଗାନ୍ଧୀ ତାଙ୍କ ଟିପ୍ପଣୀରେ ମୋଦୀ ସାଙ୍ଗିଆକୁ ନେଇ ମନୀ ଲଣ୍ଡରିଂ ଓ ଦୁର୍ନୀତି ସହ ଯୋଡିଥିଲେ । ସେପଟେ ଆଇପିଏଲରେ ଦୁର୍ନୀତି କରିଥିବା ଅଭିଯୋଗ ହେବା ପରେ ଲଳିତ ମୋଦୀ ୨୦୧୦ ମସିହାରୁ ଭାରତ ଛାଡି ଲଣ୍ଡନରେ ରହୁଛନ୍ତି । ସେ ତାଙ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ସେ ଲେଖିଛନ୍ତି କି ରାହୁଲ ଗାନ୍ଧୀ ସମ୍ପୂର୍ଣ୍ଣ ଭାବେ ମୁର୍ଖ ବୋଲି ପ୍ରମାଣିତ ହେବା ଦେଖିବାକୁ ମୁଁ ଉତ୍ସୁକ ବୋଲି ସେ ଲେଖିଛନ୍ତି ।ସୂଚନା ଥାଉକି କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ କିଛି ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏହି ଟିପ୍ପଣୀ ବରୋଧରେ ପୂର୍ଣ୍ଣେସ ମୋଦୀ ନାମକ ଗୁଜରାଟର ଜଣେ ପୂର୍ବତନ ମନ୍ତ୍ରୀ ସୁରଟ କୋର୍ଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ଦଣ୍ଡବିଧାନ ଆଧାରରେ ଲୋକସଭା ସଚିବାଳୟ ତରଫରୁ ରାହୁଲ ଗାନ୍ଧୀଙ୍କ ସାଂସଦ ପଦକୁ ଅଯୋଗ୍ୟ ଘୋଷଣା କରାଯାଇଛି ।

Leave A Reply

Your email address will not be published.