ନୂଆଦିଲ୍ଲୀ, ଏମଡିଏଚ୍ କମ୍ପାନୀ ମାଲିକ ଧର୍ମପାଲ ଗୁଲାଟୀଙ୍କ ପରଲୋକ ଘଟିଛି । ଦିଲ୍ଲୀର ଚନନ ଦେବୀ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ପ୍ରକାଶ ଥାଉଯେ, କିଛି ଦିନ ପୂର୍ବେ ମହାଶୟ ଧର୍ମପାଲଙ୍କୁ କରୋନା ହୋଇଥିଲା । ପରେ ସେ କରୋନାରୁ ଆରୋଗ୍ୟ ଲାଭ କରିଥିଲେ । କିନ୍ତୁ କିଛି ଦିନ ହେଉ ପୁଣିଥରେ ତାଙ୍କ ଦେହ ଅସୁସ୍ଥ ହେବାରୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତିନି ସପ୍ତାହ ଚିକିତ୍ସାଧିନ ଅବସ୍ଥାରେ ରହିବା ପରେ ଆଜି ସକାଳେ ତାଙ୍କର ପରଲୋକ ଘଟିଛି । ମହାଶୟ ଧର୍ମପାଲ ଥିଲେ ଜଣେ ଜଣାଶୁଣା ସୁନାମଧନ୍ୟ ବ୍ୟବସାୟୀ । ତାଙ୍କ ବିୟୋଗରେ ବାଣିଜ୍ୟ କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିୱାଲ ଶୋକ ବ୍ୟକ୍ତ କରିଛନ୍ତି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ