ଦେଶବାସୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଆଜି ହେଉଛି ଇଂରାଜୀ ନବବର୍ଷ । ସବୁଆଡ଼େ ଉତ୍ସବମୁଖର ପଲ୍ଲୀଠୁ ସହର । କିନ୍ତୁ ସମସ୍ତେ ନିଜ ନିଜ ଘରେ ରହି ପାଳନ କରୁଛନ୍ତି ନବବର୍ଷ । ଆଗ ଅପେକ୍ଷା ଦେଶରେ କରୋନା ସଂକ୍ରମଣ ଯଥେଷ୍ଟ କମିଛି । କିନ୍ତୁ ଆଜିବି ଆମ ଭାରତ କରୋନା ମୁକ୍ତ ହୋଇନାହିଁ । ତେଣୁ କରୋନା କଟକଣାକୁ ଦୃଷ୍ଟିରେ ରଖି ସମସ୍ତେ ନିଜ ସୁବିଧାରେ ନୂଆବର୍ଷ ପାଳନ କରୁଛନ୍ତି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଦେଶବାସୀଙ୍କ ସୁସ୍ଥ ଓ ସୁରକ୍ଷିତ ଜୀବନ କାମନା କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ଟ୍ୱିଟ ମାଧ୍ୟମରେ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.