You are currently viewing ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂତନ ସଂସଦ ଭବନର ଭୂମିପୂଜନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସର୍ବଧର୍ମ ପ୍ରାର୍ଥନା ସଭା ପରେ ନୂତନ ସଂସଦ ଭବନର ଭିତ୍ତିଭୂମି ସ୍ଥାପନ କରାଯାଇଛି। ମଧ୍ୟାହ୍ନ ୧୨ଟା ୫୫ ମିନିଟ୍ ସମୟରେ ନୂତନ ସଂସଦ ଭବନର ଭୂମିପୂଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରାୟ ୨୦୦ ଅତିଥୀଙ୍କୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଉଦ୍ୟୋଗପତି ରତନ ଟାଟା, ଅମିତ ଶାହ, ରାଜନାଥ ସିଂ, ବାଚସ୍ପତି ଓମ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ପୁରୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ |


ଭୂମି ପୂଜନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଦେଶର ଇତିହାସରେ ଆଜିର ଦିନଟି ଖୁବ୍ ଗୁରୁତ୍ୱପୂର୍ଣ ରହିବ । ଭାରତରେ ଲୋକତନ୍ତ୍ର ଏକ ଜୀବନ ମୂଲ୍ୟ |ଆମର ପ୍ରତି ନିର୍ଣ୍ଣୟ ଯେମିତି ଦେଶକୁ ଶକ୍ତିଶାଳୀ କରିବ |ପୁରା କାଳରୁ ଭାରତରେ ଲୋକତନ୍ତ୍ର ପ୍ରଚଳିତ ହୋଇ ଆସୁଛି |ଆଜିର ଦିନଟି ଭାରତୀୟ ଲୋକତନ୍ତ୍ରରେ ଏକ ମାଇଲ ଖୁଣ୍ଟ | ଦେଶର ଏକତା ,ସାର୍ବଭୌମ ,ଅଖଣ୍ଡତା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ |ଆମର ପ୍ରତି ନିଷ୍ପତି ଯେମିତି ଆଗାମୀ ପିଢ଼ିକୁ ଶକ୍ତିଶାଳୀ କରିବ |ଦିନ ଆସିବ ସାରା ବିଶ୍ୱ କହିବ ଭାରତ ହେଉଛି ଗଣତନ୍ତ୍ରର ମାଆ |ସଂସଦ ଭିତରେ ବାହାରେ ବାଦ ବିବାଦ ତ ହେବ କିନ୍ତୁ ରାଷ୍ଟ୍ର ସେବା ମୂଳ ଲକ୍ଷ |ଆମେ ପଣ କରିବା ଆମ ପାଇଁ ଦେଶ ସେବା ଛାଡ ଆଉ କିଛି ଗୁରୁତ୍ୱ ପୂର୍ଣ୍ଣ ରହିବ ନାହିଁ |

ସୂଚନା ଅନୁସାରେ , ସଂସଦର ପୁରୁଣା କୋଠାଠାରୁ ଏହା ପ୍ରାୟ ତିନି ଗୁଣା ବଡ଼ ରହିବା ସହିତ ନୂତନ ସଂସଦ ଭବନରେ ଆଧୁନିକ ସୁବିଧା ରହିବ | ଏହା ୨୦୨୨ ପର୍ଯ୍ୟନ୍ତ ତିଆରି ହେବ । ନୂତନ ସଂସଦ ଭବନ ତ୍ରିଭୁଜାକାର ଆକାରରେ ତିଆରି କରାଯିବ। ଏଥିରେ ପୂର୍ବ ଭଳି ରାଜ୍ୟସଭା ଓ ଲୋକସଭା ପାଇଁ ୮୮୮ଟି ଆସନର ବ୍ୟବସ୍ଥା ମଧ୍ୟ ରହିବ । ୯୭୧ କୋଟି ଟଙ୍କା ବ୍ୟୟରେ ୬୪ ହଜାର ୫୦୦ ବର୍ଗ ମିଟର ଅଞ୍ଚଳରେ ତିନି ମହଲା ବିଶିଷ୍ଟ ଭବନ ର୍ନିମାଣ ହେବ। ନୂତନ କୋଠାରେ ବିଶାଳ କନ୍‌ଷ୍ଟିଚ୍ୟୁସନ୍ ହଲ୍, ସାଂସଦଙ୍କ ପାଇଁ ଲନ, ମଲ୍ଟି କମିଟି ରୁମ୍, ଡାଇନିଂ ଅଞ୍ଚଳ, ପାର୍କିଂ ଓ ଲାଇବ୍ରେରୀ ସୁବିଧା ରହିବ। ଟାଟା ପ୍ରୋଜେକ୍ଟସ୍ ଲିମିଟେଡ୍ ନୂତନ ସଂସଦ ଭବନର ନିର୍ମାଣ କରିବ।

ଅନ୍ୟମାନଙ୍କୁ ଜଣାନ୍ତୁ।