You are currently viewing ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ମୁସଲିମ୍ ମହିଳାମାନେ ମଧ୍ୟ ସ୍ୱାମୀଙ୍କ ଠାରୁ ଗୁଜୁରାଣ ଭତ୍ତା ମାଗି ପାରିବେ

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ମୁସଲିମ୍ ମହିଳାମାନେ ମଧ୍ୟ ସ୍ୱାମୀଙ୍କ ଠାରୁ ଗୁଜୁରାଣ ଭତ୍ତା ମାଗି ପାରିବେ

ଏଏନଏସ : ମୁସଲିମ ମହିଳାମାନେ ମଧ୍ୟ ସେମାନଙ୍କର ସ୍ୱାମୀଙ୍କ ଠାରୁ ଗୁଜୁରାଣ ଭତ୍ତା ମାଗି ପାରିବେ । ଆଜି ସୁପ୍ରିମକୋର୍ଟ ଏ ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ମୁସଲିମ ମହିଳାମାନେ ନିଜର ପିଜ ପତିଙ୍କ ବିରୋଧରେ ସିଆରପିସିର ଧାରା-୧୨୫ ଅଧିନରେ ଭରଣପୋଷଣ ପାଇଁ ଯାଚିକା ଦାୟର କରିପାରିବେ । ଜଷ୍ଟିସ ବିବି ନାଗରତ୍ନା ଓ ଜଷ୍ଟିସ ଅଗଷ୍ଟୀନ ଜଜଙ୍କ ମସୀହ ଏନେଇ ନିଷ୍ପତ୍ତି ଶୁଣାଇଛନ୍ତି । ଯେଉଁ ଭାରତୀୟ ମହିଳାମାନେ ଆର୍ଥିକ ଭାବେ ସ୍ୱତନ୍ତ୍ର ନୁହନ୍ତି ସେମାନେ ଏହି ତଥ୍ୟ ପ୍ରତି ସଚେତନ ରହିବା ଉଚିତ ବୋଲି କୋର୍ଟ କହିଛନ୍ତି ।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ସିଆରପିସିର ଧାରା ୧୨୫ ସମସ୍ତ ବିବାହିତ ମହିଳାଙ୍କ ଉପରେ ଲାଗୁ ହୋଇଥାଏ । ସେମାନେ ଯେ କୌଣସି ଧର୍ମର ହେଲେ ବି କୌଣସି ସମସ୍ୟା ହୋଇନଥାଏ । ମୁସଲମ ମହିଳାମାନେ ଏହି ଆଇନର ଆଶ୍ରୟର ନେଇ ପାରନ୍ତି ଓ ଗୁଜରାଣ ଭତ୍ତା ମାଗି ପାରନ୍ତି । ଛାଡ଼ପତ୍ର ହୋଇଥିବା ଯେ କୌଣସି ମୁସଲିମ ମହିଳାମାନେ ସିଆରପିସିର ଧାରା ୧୨୫ ଅଧିନରେ ପତିଙ୍କ ଠାରୁ ଗୁଜୁରାଣ ଭତ୍ତା ପାଇବାକୁ ହକଦାର । ଏହି କାରଣରୁ ସେ ଗୁଜୁରାଣ ଭତ୍ତା ପାଇଁ ଯାଚିକା ଦାୟର କରିପାରିବେ ।

ଦୁଇ ବିଚାରପତି କହିଛନ୍ତି, ମୁସଲ ମହିଳା ଭରଣପୋଷଣ ପାଇଁ ଆଇନଗତ ଅଧିକାରର ବ୍ୟବହାର କରିପାରନ୍ତି । ସେମାନେ ଏ ସମ୍ବନ୍ଧିତ ଦଣ୍ଡ ପ୍ରକ୍ରିୟା ସଂହିତାର ଧାରା ୧୨୫ ଅଧିନରେ ଯାଚିକା ଦାୟର କରିପାରନ୍ତି । ଏହି ଧାରା ସମସ୍ତ ବିବାହିତା ମହିଳାଙ୍କ ପାଇଁ ଲାଗୁ ହୋଇଥାଏ । ସେମାନେ ଯେ କୌଣସି ଧର୍ମର ହେଲେ ଚଳିବ । ମୁସଲିମ୍ ମହିଳାମାନେ ମଧ୍ୟ ଏହି ପ୍ରାବଧାନର ସହାୟତା ନେଇ ପାରିବେ । ମୁସଲିମ ମହିଳାମାନେ ସେମାନଙ୍କ ପତିଙ୍କ ବିରୋଧରେ ଧାରା ୧୨୫ ସିଆରପିସି ଅଧିନରେ ଭରଣପୋଷଣ ପାଇଁ ଯାଚିକା ଦାୟର କରିପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।