ଜାକର୍ତ୍ତା: ବର୍ଷ ଆରମ୍ଭରୁ ଇଣ୍ଡୋନେସିଆର ନିଖୋଜ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ର ଏକ ଦୁଃଖଦ ଖବର ମିଳିଛି । ଶନିବାର ନିଖୋଜ ହୋଇଥିବା ବିମାନ ଜାକର୍ତା ନିକଟବର୍ତ୍ତୀ ସମୁଦ୍ରରେ ଖସିଥିବା ସୂଚନା ମିଳିଛି । ଏହି ବିମାନରେ ୫୬ ଜଣ ଯାତ୍ରୀ ଓ ୭ ବିମାନ କର୍ମଚାରୀ ଥିଲେ । ଯାତ୍ରୀଙ୍କ ମଧ୍ୟରେ ୬ ଶିଶୁ ଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ସମସ୍ତ ୬୨ ଜଣ ଯାତ୍ରୀ ମୃତ୍ୟୁ ବରଣ କରିଛନ୍ତି । ନିଖୋଜ ଖବର ପ୍ରଚାର ହେବା ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ବିମାନର କିଛି ଧ୍ୱଂସାବଶେଷ ଉତ୍ତର ଜାକର୍ତ୍ତାର ସମୁଦ୍ରରୁ ମିଳିଛି। ଏହି ବିମାନଟି ୨୬ ବର୍ଷ ପୁରୁଣା । ନିଖୋଜ ସମୟରେ ଏହା ୧୦ ହଜାର ଫୁଟ ଉପରେ ରହିଥିଲା ।

ମିଳିଲା ଦୁର୍ଘଟଣାଗ୍ରସ୍ତ ଇଣ୍ଡୋନେସୀୟ ବିମାନର ଭଗ୍ନାଂବଶେଷ
- Post published:January 10, 2021
- Post category:ଦେଶ-ବିଦେଶ
- Reading time:1 mins read