ଆଜି ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ। ଆଜି ମୋଦିଙ୍କ ଜନ୍ମଦିନ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ସେଲିବ୍ରେସନ୍ କରାଯିବା ସହ ଅନ୍ୟାନ୍ୟ ଅନୁଷ୍ଠାନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ମନ୍ତ୍ରୀ ଓ ରାଜନେତାମାନେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି ଜନ୍ମଦିନ ଶୁଭେଚ୍ଛାରେ ‘ବିଜେପି’ ଅଧ୍ୟକ୍ଷ ଜଗତ୍‌ ପ୍ରକାଶ ନଡ୍ଡା କହିଛନ୍ତି, ଭାରତୀୟ ସଂସ୍କୃତିର ବୈଶ୍ବିକ ପ୍ରତିଷ୍ଠା, ଜନସାଧାରଣଙ୍କ ସାମଗ୍ରିକ ବିକାଶ ଓ ଦେଶର ସାର୍ବଭୌମିକ ଉତ୍କର୍ଷକୁ ଆପଣ ସାକାର ରୂପ ପ୍ରଦାନ କରିଛନ୍ତି।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, ମୋଦୀ ଖାଲି ଭାରତକୁ ନୂଆ ପରିଚୟ ଦେଇ ନାହାନ୍ତି, ବିଶ୍ବର ଭାରତର ମର୍ୟ୍ୟାଦା ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତ ବିକାଶକୁ ନୂତନ ଶିଖରକୁ ନେଇଯାଇଛନ୍ତି।

ତେବେ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟ ଭାଡ଼ନଗରରେ ଜଣେ ସାଧାରଣ ଗୁଜରାଟୀ ପରିବାରରେ ଜନ୍ମ ନେଇଥିଲେ ମୋଦି। ଜଣେ ସାଧାରଣ ଚା’ ବିକାଳୀରୁ ଦେଶର ପ୍ରଧାନମନ୍ତ୍ରୀ ହେବାର ତାଙ୍କ ଯାତ୍ରା ଥିଲା ବେଶ୍ କଠିନ ଓ ରୋଚକ। ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ସେ ନିଜକୁ ପରିଚିତ କରିଛନ୍ତି।

୨୦୦୧ରୁ ୨୦୧୪ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ୨୦୧୪ରୁ ଆଜି ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ ସାରା ବିଶ୍ୱ ସମ୍ମୁଖରେ ନିଜର ବଳିଷ୍ଠ ନେତୃତ୍ୱର ପରିଚୟ ଦେଇଛନ୍ତି ମୋଦିା

Leave A Reply

Your email address will not be published.