You are currently viewing କୋଲକାତା ଡାକ୍ତର ବଳାତ୍କାର ଓ ହତ୍ୟା ମାମଲା : ଗୃହରେ ଉପସ୍ଥାପନ ହେବ ଅପରାଜିତା ବିଲ୍

କୋଲକାତା ଡାକ୍ତର ବଳାତ୍କାର ଓ ହତ୍ୟା ମାମଲା : ଗୃହରେ ଉପସ୍ଥାପନ ହେବ ଅପରାଜିତା ବିଲ୍

ଏଏନଏସ : କୋଲକାତାରେ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଉତ୍ତେଜନା ଜାରି ରହିଛି। ଜୁନିଅର ଡାକ୍ତରମାନେ କୋଲକାତା ପୋଲିସ ମୁଖ୍ୟାଳୟ ସମ୍ମୁଖରେ ପୀଡିତା ଡାକ୍ତରଙ୍କ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ସେପଟେ ବଙ୍ଗଳା ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନର ଆଜି ହେଉଛି ଶେଷ ଦିନ। ଆଜି ଗୃହରେ ମମତା ବାନାର୍ଜୀ ସରକାର ବଳାତ୍କାର ବିରୋଧୀ ବିଲ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏଥିରେ ବଳାତ୍କାରକାରୀଙ୍କ ପାଇଁ 10 ଦିନ ମଧ୍ୟରେ ମୃତ୍ୟୁଦଣ୍ଡ ନିଶ୍ଚିତ କରିବାକୁ ଏକ ବ୍ୟବସ୍ଥା ଅଛି। ଏହାର ନାମ ଅପରାଜିତା ମହିଳା ଏବଂ ଶିଶୁ (ପଶ୍ଚିମବଙ୍ଗ ଅପରାଧିକ ଆଇନ ଏବଂ ସଂଶୋଧନ) ବିଲ୍ ଅଟେ। ବିଧାନସଭାରେ ମମତାଙ୍କ ଏହି ପଦକ୍ଷେପକୁ ମୁଖ୍ୟ ବିରୋଧୀ ଦଳ ବିଜେପି ସମର୍ଥନ କରିବ। ବିଜେପିର କହିବା କଥା କି ତାଙ୍କ ଦଳ ବଳାତ୍କାର ବିରୋଧରେ ପଶ୍ଚିମବଙ୍ଗ ସରକାରଙ୍କ ବିଲ୍କୁ ସମର୍ଥନ କରିବ।

ଅନ୍ୟମାନଙ୍କୁ ଜଣାନ୍ତୁ।