ଆଜି ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ ୨୪/୦୬, ରାଷ୍ଟୟପତି ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ । ଦିନ ସାଢେ୧୨ଟାରେ ନୋମିନେସନ କରିବେ ଦ୍ରୌପଦୀ ମୁର୍ମୁ । ନୋମିନେସନ ସମୟରେ ଦ୍ରୌପଦୀଙ୍କ ପ୍ରସ୍ତାବକ ହିସାବରେ ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ତାଙ୍କ ସହ ଉପସ୍ଥିତ ରହିବେ । ଏହି ଦୁଇ କ୍ୟାବିନେଟ ମନ୍ତ୍ରୀ ଦିଲ୍ଲୀରେ ପହଞ୍ଚି ଦ୍ରୌପଦୀଙ୍କ ନାମାଙ୍କନରେ ପ୍ରସ୍ତାବକ ଭାବରେ ସ୍ୱାକ୍ଷର କରିଛନ୍ତି । ଏହା ପୂର୍ବରୁ ଭେଙ୍କେୟା ନାଇଡୁ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି , ଗୃହମନ୍ତ୍ରୀ ଅମିତଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

Leave A Reply

Your email address will not be published.

eleven − nine =