ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ

ନୂଆଦିଲ୍ଲୀ, ଆଜି ହେଉଛି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ । ପ୍ରତିବର୍ଷ ଡିସେମ୍ବର ୨ ତାରିଖରେ ଏହି ଦିବସ ପାଳନ କରାଯାଏ । ଏହି ଦିବସ ପାଳନ କରିବାର ମୁଖ୍ୟ କାରଣ ହେଉଛି ଭୋପାଳରେ ହୋଇଥିବା ଭୟଙ୍କର ଗ୍ୟାସ ଦୁର୍ଘଟଣା । ଏହିଦିନ ହିଁ ଭୋପାଳରେ ଗ୍ୟାସ ଦୁର୍ଘଟଣା ହୋଇଥିଲା, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ ଆଉ ବିକଳାଙ୍ଗ ମଧ୍ୟ ହୋଇଯାଇଥିଲେ । ସେହି ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ, ଆଜିବି ସେଠାରେ ଲୋକମାନଙ୍କ ଉପରେ ପ୍ରଭାବ ପଡ଼ୁଛି । ତେବେ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଅନେୟ ପ୍ରୟାସ ଜାରି ରହିଛି । କାରଣ ସମୁ ସ୍ତରରେ ହେଉଥିବା ପ୍ରଦୂଷଣର ଅନେକ ପ୍ରଭାବ ପଡ଼ୁଛି ସମାଜ ଉପରେ । ଓଜୋନ ସ୍ତରର ଛିଦ୍ରରେ ବାୟୁ ପ୍ରଦୂଷଣ ମୁଖ୍ୟତଃ ଦାୟୀ | କାରଖାନା ଏବଂ ବୃହତ ବୃହତ ପ୍ଲାଣ୍ଟ ମାନଙ୍କରୁ ନିର୍ଗତ ହେଉଥିବା କାର୍ବନ ଦିନକୁ ଦିନ ବାୟୁ ପ୍ରଦୂଷଣର ସ୍ତରକୁ ବୃଦ୍ଧି କରୁଛି ।

Leave A Reply

Your email address will not be published.