You are currently viewing ଆଜି ବାଜପେୟୀଙ୍କ ୯୬ତମ ଜନ୍ମବାର୍ଷିକୀ

ଆଜି ବାଜପେୟୀଙ୍କ ୯୬ତମ ଜନ୍ମବାର୍ଷିକୀ

ନୂଆଦିଲ୍ଲୀ, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମବାର୍ଷିକୀ । ଏହି ଅବସରରେ ‘ସଦୈବ ଅଟଳ’ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା, ନିର୍ମଳା ସୀତାରମଣ ଏବଂ ଅନ୍ୟାନ୍ୟ ମନ୍ତ୍ରୀ ମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଆଦରଣୀୟ ବାଜପେୟୀଙ୍କ ଜନ୍ମଦିନ ଅବସରରେ ମୋଦି ନିଜ ଟ୍ୱିଟ ଆକାଉଣ୍ଟରେ ଲେଖିଛନ୍ତି ଯେ, ବାଜପେୟୀଙ୍କ ଜନ୍ମଜୟନ୍ତୀ ଅବସରରେ ଶତ ଶତ ପ୍ରଣାମ । ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସେ ଦେଶକୁ ବିକାଶର ଅଦୃଶ୍ୟ ଉଚ୍ଚତାକୁ ନେଇଯାଇଥିଲେ । ଏକ ଶକ୍ତିଶାଳୀ ଓ ସମୃଦ୍ଧ ଭାରତ ଗଠନ ପାଇଁ ତାଙ୍କର ଉଦ୍ୟମ ସର୍ବଦା ସ୍ମରଣୀୟ ।

ଅନ୍ୟମାନଙ୍କୁ ଜଣାନ୍ତୁ।