ଆଜି ପ୍ରାର୍ଥୀପତ୍ର ଦାଖଲ କଲେ ଯଶୱନ୍ତ

ନୂଆଦିଲ୍ଲୀ ୨୭/୦୬, ଆଜି ମିଳିତ ବିରୋଧୀଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମଙ୍କନ ପତ୍ର ଦାଖଲ କଲେ ଯଶୱନ୍ତ ସିହ୍ନା । ଯଶୱନ୍ତଙ୍କୁ ଇତି ମଧ୍ୟରେ ସମର୍ଥନ ଘୋଷଣା କରିଛି ତେଲେଙ୍ଗାନାର ଟିଆରଏସ ଦଳ । ଏତଦ୍ ସହ ଟିଆରଏସ ମୁଖ୍ୟମନ୍ତ୍ରୀ ଯଶୱନ୍ତଙ୍କୁ ପ୍ରାର୍ଥୀପତ୍ରରେ ପ୍ରସ୍ତାବକ ରହିବା ସହ ନାମାଙ୍କନ ପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଏନଡିଏର ରାଷ୍ଟ୍ରପତିପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଗତ ୨୪ ତାରିଖରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ।

ଓଡିଶାର ବିଜୁ ଜନତା ଦଳ ଓ ଅନ୍ୟକିଛି ଆଞ୍ଚଳିକ ଦଳ ଗୁଡିକ ମୁର୍ମଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଘୋଷଣା କରିସାରିଛନ୍ତି । ରାଷ୍ଟ୍ରପତି ନିର୍ବାଚତ ଗଣିତ ଅନୁଯାୟୀ ଯେଉଁ ଦଳଗୁଡିକ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି ତାହା ଯଦି ଅତୁଟ ରହେ ତେବେ ଦୌପଦୀ ମୁର୍ମୁ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ହେବା ପ୍ରାୟତଃ ନିଶ୍ଚିତ ।

Leave A Reply

Your email address will not be published.

thirteen + 9 =