ଆଜି ଶ୍ରୀଲଙ୍କା-ପାକିସ୍ତାନ ମୁହାଁମୁହିଁ; ବର୍ଷା ହେଲେ କେଉଁ ଦଳ ମାରିବ ବାଜି ?

କଲମ୍ବୋ: ଏସିଆ କପ୍‌ ୨୦୨୩ ସୁପର-୪ ରେ ଆଜି ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ପାକିସ୍ତାନ। ଯେଉଁ ଦଳ ଜିତିବ, ସେହି ଦଳ ଭାରତ ସହ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବ। ଏହାରି ଭିତରେ ପ୍ରଶଂସକଙ୍କୁ ଘାରିଛି କଲମ୍ବୋର ପାଣିପାଗ ଚିନ୍ତା। ଯଦି ବର୍ଷା ହୁଏ, ତେବେ କେଉଁ ଦଳ ଯିବ ଫାଇନାଲକୁ ଏନେଇ ପ୍ରଶ୍ନ ଉଠୁଛି। ଜାଣନ୍ତୁ

କିଏ ଖେଳିବ ଭାରତ ସହ ଫାଇନାଲ ଏସିଆ କପ୍‌ ୨୦୨୩ ?

ସୁପର-୪ ପର୍ଯ୍ୟାୟର ପ୍ରଥମ ଦୁଇଟି ମୁକାବିଲା ଜିତି ଫାଇନାଲରେ ପ୍ରବେଶ କରିସାରିଛି ଭାରତ। ପ୍ରଥମେ ପାକିସ୍ତାନ ଓ ପରେ ଶ୍ରୀଲଙ୍କା ବିପକ୍ଷରେ ଜିତି ପ୍ରଥମ ଦଳ ଭାବେ ଫାଇନାଲ ପାଇଁ ଟିକେଟ୍‌ ହାସଲ କରିଛି। ସେପଟେ ଆଜି ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଯିଏ ଜିତିବ ସେ ହିଁ ଫାଇନାଲ୍‌ରେ ପ୍ରବେଶ କରିବ।ଲଗାତାର କଲମ୍ବୋରେ ବର୍ଷା ଜାରି ରହିଛି।

ସ୍ଥାନୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଆଜି ମ୍ୟାଚ୍‌ ସମୟରେ ୭୩% ବର୍ଷା ଆଶଙ୍କା ରହିଛି। ଯଦି ବର୍ଷା ଲାଗି ରୁହେ, ତେବେ ନିୟମ ଅନୁସାରେ ମ୍ୟାଚ୍‌କୁ ବାତିଲ କରାଯାଇ ଉଭୟ ଦଳ ମଧ୍ୟରେ ପଏଣ୍ଟ୍‌ ଭାଗ କରାଯିବ। ଏମିତି ହେଲେ ଏସିଆ କପ୍‌ ୨୦୨୩ ଫାଇନାଲକୁ ପ୍ରବେଶ କରିବ ଶ୍ରୀଲଙ୍କା । କାରଣ ପାକିସ୍ତାନ ତୁଳନାରେ ଶ୍ରୀଲଙ୍କାର ନେଟ୍‌ ରନ୍‌ରେଟ ଭଲ ରହିଛି।

Leave A Reply

Your email address will not be published.