ଭାରତ ରାସ୍ତାରୁ ମୁକ୍ତ ହେବ ଟୋଲ୍‌ବୁଥ୍‌

ନୂଆଦିଲ୍ଲୀ: ଏଣିକି ଗାଡି ଗୁଡିଏ ଟୋଲବୁଥ ପାଖରେ ଅଟକିବ ନାହିଁ | ରାସ୍ତାରେ ଗାଡିଗୁଡିକ ନିର୍ଭିଘ୍ନ ଭାବରେ ଚଳାଚଳ କରିବ |ଆପଣ ଆଉ ଟୋଲବୁଥ ପାଖରେ ଅଟକି ଚାଲାଣ କାଟିବେ ନାହିଁ | ସିଧା ଆପଣଙ୍କ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ ବାବଦ ଦେୟ କଟିବ |ଏନେଇ ଆଜି ଘୋଷଣା କରିଛନ୍ତି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ |
ଆସନ୍ତା ୨ ବର୍ଷ ମଧ୍ୟରେ ଭାରତ ଟୋଲ୍‌ବୁଥ୍‌ମୁକ୍ତ ପାଲଟିବ । ଆସୋଚାମ୍‌ର ପ୍ରତିଷ୍ଠା ସପ୍ତାହ ଅବସରରେ ଉଦ୍‌ବୋଧନ ଦେଇ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏହା କହିଛନ୍ତି । ସେ କହିଛନ୍ତି ଯେ , ଆଗକୁ ଟୋଲ ଆଦାୟ ଜିପିଏସ୍‌ଭିତ୍ତିକ ହେବ । ସରକାର ନୂଆ ଟୋଲ ସଂଗ୍ରହ ବ୍ୟବସ୍ଥାକୁ ଚୂଡ଼ାନ୍ତ କରିଛନ୍ତି ଏବଂ ରୁଷ ସରକାରଙ୍କ ସହଯୋଗିତାରେ ଏହାକୁ କାର୍ଯ୍ୟକାରୀ କରାଯିବ । ଦେଶବ୍ୟାପୀ ଗାଡିଗୁଡିକର ନିର୍ଭିଘ୍ନ ଚଳାଚଳ କ୍ଷେତ୍ରରେ ଏହା ସହାୟକ ହେବ । ଆଗକୁ ଟୋଲ ସଂଗ୍ରହ ବ୍ୟବସ୍ଥା ଏଭଳି ରହିବ ଯେ, ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ ବାବଦ ଦେୟ କଟିବ । ଆଉ ଟୋଲ୍‌ ପ୍ଲାଜାରେ ଅଟକିବାର ନାହିଁ । ଗାଡିଗୁଡିକରେ ଖଞ୍ଜାଯାଇଥିବା ଜିପିଏସ୍‌ ଆଧାରରେ ଟୋଲ ଦେୟ ଆକାଉଣ୍ଟରୁ କଟିବ ।

Leave A Reply

Your email address will not be published.