ଗୁଜୁରାଟ, ଗୁଜୁରାଟ ସୁରଟର କିମ୍ ଚାର୍ ରାସ୍ତାର ଫୁଟପାଥରେ ଶୋଇଥିବା ବେଳେ ୧୮ ଜଣଙ୍କ ଉପରେ ଏକ ଟ୍ରକ୍ ଚଢ଼ିଯିବାରୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକମାନେ ଶ୍ରମିକ ଶ୍ରେଣୀର ଏବଂ ରାଜସ୍ଥାନର ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଗତ ବିଳମ୍ବିତ ରାତିରେ ଫୁଟପାଥ୍ରେଶୋଇଥିବା ବେଳେ ସେହି ରାସ୍ତାରେ ଯାଉଥିବା ଏକ ଟ୍ରକକୁ ଆଖୁ ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା । ଫଳରେ ଧକ୍କା ଯୋଗୁଁ ଭାରସାମ୍ୟ ହରାଇ ଟ୍ରକଟି ଫୁଟପାଥ୍ରେ ଶୋଇଥିବା ୧୮ ଜଣ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାକି ୫ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।