ନୂଆଦିଲ୍ଲୀ, ଆମେରିକା ସଂସଦ ପରିସରରେ ଦେଖାଦେଇଥିବା ହିଂସା ପାଇଁ ଟ୍ୱିଟର କିଛିଦିନ ତଳେ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ବ୍ୟାନ କରିଦେଇଥିଲା । ତେବେ ଏବେ ଟ୍ୱିଟର ପରେ ୟୁଟ୍ୟୁବ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଚ୍ୟାନେଲ ଉପରେ ଅସ୍ଥାୟୀ ରୂପରେ ରୋକ ଲଗାଇଛି । ଗତ ସପ୍ତାହରେ ଆମେରିକାର କ୍ୟାପିଟାଲ ବିଲଡିଂରେ ଟ୍ରମ୍ପଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ। ୟୁଟ୍ୟୁବ ପକ୍ଷରୁ କୁହାଯାଇଛି ଯେ ଆଗାମୀ ୭ ଦିନ ପାଇଁ ଟ୍ରମ୍ପଙ୍କ ଚ୍ୟାନେଲରେ କୌଣସି ଭିଡିଓ ଅପଲୋଡ ହୋଇପାରିବ ନାହିଁ। ଡୋନାଲ୍ଡ ଟ୍ରମ୍ପଙ୍କ ଚ୍ୟାନେଲ ଆମ ଦ୍ୱାରା ପ୍ରଦତ୍ତ ନିୟମକୁ ଉଲ୍ଲଙ୍ଘନ କରିଛି ।
ଆମେରିକାରେ ଚାଲିଥିବା ହିଂସାକାଣ୍ଡ ପାଇଁ ଟ୍ରମ୍ପ ୟୁଟ୍ୟୁବରେ ଭିଡିଓ ଅପଲୋଡ କରିଥିଲେ । ତେଣୁ ପୁଣି ଆମେରିକାରେ ହିଂସାକାଣ୍ଡ ହେବା ଆଶଙ୍କା ନେଇ ଅସ୍ଥାୟୀ ଭାବେ ତାଙ୍କ ଚ୍ୟାନେଲକୁ ବନ୍ଦ କରାଯାଇଛି। ସେହି ଭିଡିଓକୁ ମଧ୍ୟ ହଟାଇ ଦିଆଯାଇଛି।
୨.୭୬ ନିୟୁତ ସବସ୍କ୍ରାଇବର ଥିବା ଏହି ଚାନେଲ୍କୁ ଯଦି ହଟାଇ ଦିଆ ନ ଯାଏ ତେବେ ଦେଶବ୍ୟାପୀ ‘ୟୁଟ୍ୟୁବ୍’କୁ ବର୍ଜନ କରାଯିବ ବୋଲି ‘ସିଭିଲ୍ ରାଇଟ୍ସ୍ ଗ୍ରୁପ୍’ ଧମକ ଦେବା ପରେ କମ୍ପାନି ଏହି ପଦକ୍ଷେପ ଗ୍ରହଣ କରିଛି।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ