ଗାଜିଆବାଦ (୫.୧୦.୨୨) : ଏଲଇଡି ଟିଭି ଫାଟିବା ଦ୍ୱାରା ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏହା ସହିତ କାନ୍ଥ ମଧ୍ୟ ଭୁଶୁଡି ପଡିଛି । ଏହି ଘଟଣା ମଙ୍ଗଳବାର ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି । ଏହି ଘଟଣାରେ ନାବଳକର ମା’ ଏବଂ ପିଉସୀ ଓ ତାଙ୍କର ଜଣେ ସାଙ୍ଗ ଆହତ ହୋଇଛନ୍ତି । ମୃତ ନାବାଳକଙ୍କ ବୟସ ୧୬ ବର୍ଷ । ଏହିଘଟଣାରେ ନାବାଳକ ଓମେନ୍ଦ୍ର ମା’ ପିଉସି ସାଙ୍ଗରେ ବସିଥିଲେ । ଟିଭି ଫାଟିବା ବେଳେ ଜୋରରେ ଶବ୍ଧ ହୋଇଥିଲା । ସମ୍ପୂର୍ଣ୍ଣ ଘର ଦୋହଲି ଯାଇଥିଲା । ଯେଉଁ କାନ୍ଥରେ ଟିଭି ଲାଗିଥିଲା ତାହା ଭୁସୁଡିପଡିଥିଲା । ଟିଭିଟି ଫାଟିବା ଦ୍ୱାରା ଏହାର ଅଶଂ ଓମେନ୍ଦ୍ରର ଶରୀରରେ ପସିଥିଲା । ଏହା ପରେ ତାଙ୍କୁ ହସପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପିଉସୀଙ୍କ ଚିକିତ୍ସା ପରେ ସେ ଘରକୁ ଆସିଛନ୍ତି । କିନ୍ତୁ ତାଙ୍କ ମା’ ଏବେ ଗୁରୁତ୍ୱର ଅଚନ୍ତି । ତାଙ୍କର ଚିକିତ୍ସା ଚାଲିଛି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ