ପାକିସ୍ତାନ (୧୫.୩.୨୩) : ଇମ୍ରାନ୍ ଖାନଙ୍କ ଗିରଫଦାରୀ ବିରୋଧରେ ଜଳୁଛି ଲାହୋର । ରାତି ସାରା ଇମ୍ରାନ ଇମ୍ରାନଙ୍କ ସମର୍ଥକଙ୍କ ଅନ୍ଦୋଳନ ଦେଖିବାକୁ ମିଳିଛି । ପୋଲିସ ଓ ସମର୍ଥକ ମୁହାଁମୁହିଁ ପରିସ୍ଥିତି ମଧ୍ୟ ଉପୁଜିଛି । ଭିଡିଓ ମ୍ୟାସେଜ ଜାରି କରି ଇମ୍ରାନ କହିଲେ, ଗିରଫଦାରୀ ପଛରେ ଲଣ୍ଡନ ପ୍ଲାନ ରହିଛି । ଅନ୍ୟପଟେ କୌଣସି ସମୟରେ ମଧ୍ୟ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇପାରନ୍ତି ବୋଲି କୁହାଯାଉଛି । ତେବେ ମଙ୍ଗଳବାର ରାତିରେ ଗିରଫ ହେବା ପାଇଁ ମାନସିକ ରୂପରେ ପ୍ରସ୍ତୁତ ବୋଲି ନିଜେ ଇମ୍ରାନ ଖାନ କହିଥିଲେ । ପିଟିଆଇ ଅଧ୍ୟକ୍ଷଙ୍କୁ ଗିରଫ କରିବା ପାଇଁ ଜମାନ ପାର୍କ ସ୍ଥିତ ଇମ୍ରାନଙ୍କ ଆବାସ ନିକଟରେ ପୋଲିସ୍ ଫୋର୍ସ ପଂହଚିଥିଲେ । ଅନ୍ୟପଟେ ମାର୍ଚ୍ଚ ୧୮ ତାରିଖରେ କୋର୍ଟ ସାମନାରେ ଇମ୍ରାନ ହାଜର ହେବେ । ଆଉ ଏହାର ନିଶ୍ଚୟତା ଲାହୋର ହାଇକୋର୍ଟ ବାର ଅଧ୍ୟକ୍ଷ ଅହମ୍ମଦ ଖାନ ଦେବେ ବୋଲି କହିଛନ୍ତି । ତୋଷଖାନ୍ନା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ ଓ ତାଙ୍କୁ ମାର୍ଚ୍ଚ ୨୯ ସୁଦ୍ଧା ଗିରଫ କରି କୋର୍ଟରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇସଲାମାବାଦ ପୁଲିସ । ଗୋଟେ ପଟେ ଇମ୍ରାନଙ୍କ ଇମ୍ରାନଙ୍କ ବାସଭବନରେ ଇସଲାମାବାଦ ପୁଲିସ ପହଁଚିଥିବା ବେଳେ ଅନ୍ୟପଟେ ଶତାଧିକ ଇମ୍ରାନଙ୍କ ସମର୍ଥକ ଓ ପିଟିଆଇ କର୍ମୀ ପହଁଚି ବିରୋଧ ପ୍ରଦର୍ଶନ କରିଛନ୍ତି । ପୁଲିସ ଉପରକୁ ଇମ୍ରାନଙ୍କ ସମର୍ଥକ ପଥରମାଡ଼ କରିଥିବା ଜଣାପଡିଥିବାବେଳେ ପୋଲିସ୍ ତରଫରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିବାର ଭିଡିଓ ସାମନାକୁ ଆସିଛି । ତୋଷଖାନା ମାମଲାରେ ଇମ୍ରାନ କୋଟି କୋଟି ଟଙ୍କାର ସରକାରୀ ସମ୍ପତି ବିକ୍ରି କରିଥିବା ଅଭିଯୋଗ ସତ ପ୍ରମାଣିତ ହେବା ପରେ ଇସଲାମାବାଦ କୋର୍ଟ ତାଙ୍କର ଗିରଫ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ