ଉତ୍ତରାଖଣ୍ଡ ୦୪/୧୦, ଉତ୍ତରାଖଣ୍ଡରେ ଦ୍ରୋପଦୀ ଅଞ୍ଚଳରେ ହିମସ୍ଖଳନ ହୋଇଛି । ତେବେ ସେଠାରେ ପାଖାପାଖି ୨୧ଜଣ ଫସିରହିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଡଣ୍ଡା-୨ ପର୍ବତରେ ୧୭୦ ପର୍ବତାରୋହୀ ପ୍ରଶିକ୍ଷଣ ପାଇଁ ଯାଇଥିଲେ । ସେହି ସମୟରେ ହିମସ୍ଖଳନ ହୋଇ ୨୯ ପର୍ବାତାରୋହୀ ସେଠାରେ ଫସିରହିଯାଇଥିଲେ । ୮ ଜଣଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ବେଳେ ୨୧ଜଣ ଫସିରହିଛନ୍ତି । ସକାଳ ୭ରୁ ୮ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଉତ୍ତର କାଶୀ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅଧିକାରୀ ଦେବେନ୍ଦ୍ର ପଟୱାଲ କହିଛନ୍ତି, ଆଠ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଜାରିରହିଛି । ଏହି ପର୍ବତକୁ ଯିବା ଟ୍ରେନିଂର ଗୋଟିଏ ପର୍ଯ୍ୟାୟ । ଏହି ସ୍ଥାନଟି ୧୬ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ