ଦେଶର ସର୍ବୋଚ୍ଚ ପଦବୀ ପାଇଁ ମତଦାନ ଆରମ୍ଭ

ଦିଲ୍ଲୀ୧୮/୦୭, ଦେଶର ସର୍ବୋଚ୍ଚ ପଦବୀ ପାଇଁ ଆଜି ମତଦାନ ହେଉଛି । ଦିନ ୧୦ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଦିଳ୍ଲୀର ସଂସଦ ଭବନ ଠାରେ ଦେଶର ରାଷ୍ଟ୍ରପତି ପଦବୀ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ରାଜ୍ୟର ବିଧାନ ସଭା ପ୍ରକୋଷ୍ଠରେ ମତଦାନ ଚାଲିଛି । ସଂସଦ ଭବନର ସାଂସଦ ମାନେ ସେମାନଙ୍କ ମତଦାନ କରୁଥିବା ବେଳେ ରାଜ୍ୟ ବିଧାନ ସଭା ଗୁଡିକରେ ବିଧାୟକ ମାନେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ କରୁଛନ୍ତି । କେବଳ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଥିବା ସାଂସଦ ମାନେ ଏହି ଭୋଟ ଦେଇପାରିବେ ନାର୍ହି । ଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅନ୍ୟ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମାନେ ମତଦାନ କରୁଛନ୍ତି । ସେହିପରି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ବିଧାନ ସଭାର ୫୪ ନଂ ପ୍ରକୋଷ୍ଠରେ ମତଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟ ମନ୍ତ୍ରୀ ଓ ବିଧାୟକ ମାନେ ମଧ୍ୟ ସେମାନଙ୍କର ମତଦାନ କରୁଥିବା ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଏନଡିଏର ରାଷ୍ଟ୍ରପତି ପାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚନ ଲଢୁଥିବା ବେଳେ ମିଳିତ ବିରୋଧୀ ଦଳର ପ୍ରାଥ୍‌ର୍ୀ ହୋଇଛନ୍ତି ଯଶୱନ୍ତ ସିହ୍ନା । ଜୁଲାଇ ୨୧ରେ ରାଷ୍ଟ୍ରପତି ନିର୍ବାଚନର ଗଣତିଆରମ୍ଭ ହେବ ।

Leave A Reply

Your email address will not be published.

one × 5 =