mamata

ବେଆଇନ୍ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା: ସିବିଆଇ ତଦନ୍ତ ଉପରେ ରୋକ ଲଗାଇଲେ  ସର୍ବୋଚ୍ଚ ନ୍ୟାୟାଳୟ

ଏଏନଏସ: ବେଆଇନ୍ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମିଳିଲା ବଡ ଆଶ୍ୱସ୍ତି। ପଶ୍ଚିମବଙ୍ଗରେ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କ ୨୪ ହଜାର ନିଯୁକ୍ତି ରଦ୍ଦ କରିବା ମାମଲାରେ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ସିବିଆଇ ତଦନ୍ତ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନିକଟରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ମମତା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 

ସୂଚନାଯୋଗ୍ୟ ଗତ ମାସରେ କଲିକତା ହାଇକୋର୍ଟ ଶିକ୍ଷକ ନିଯୁକ୍ତିରେ ହୋଇଥିବା ୨୪ ହଜାର ନିଯୁକ୍ତିକୁ ରଦ୍ଦ କରିବାକୁ ଘୋଷଣା କରିଥିଲେ । ଏଥିସହ ୨୦୧୬ରେ ସ୍କୁଲରେ ଚାକିରି କରିଥିବା ଶିକ୍ଷକ ଓ ଅଣ- ଶିକ୍ଷକମାନେ ପାଇଥିବା ଦରମାକୁ ଫେରାଇବାକୁ କହିଥିଲେ କଲିକତା ହାଇକୋର୍ଟ । ଏବେ ଏହି ଶୁଣାଣି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ନିଯୁକ୍ତି ଭିତରେ କେଉଁ ଗୁଡିକ ଉଚିତ୍ ନିଯୁକ୍ତି ତାହା କିପରି ଦର୍ଶାଯାଇପାରିବ ବୋଲି କୋର୍ଟ ସିବିଆଇକୁ ପ୍ରଶ୍ନ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।