You are currently viewing କିଏ ହେବ ଦେଶର ପରବର୍ତ୍ତୀ ମୁଖ୍ୟ !

କିଏ ହେବ ଦେଶର ପରବର୍ତ୍ତୀ ମୁଖ୍ୟ !


ନୂଆଦିଲ୍ଲୀ ୨୧/୦୭, ଚଳିତ ମାସ ୧୮ ତାରିଖରେ ଦେଶର ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ହୋଇଛି । ଏନଡିଏର ପ୍ରାର୍ଥୀ ଭାବେର ଆଦିବାସୀ ମହିଳା ନେତ୍ରୀ ଦୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ମିଳିତି ବିରୋଧୀ ଦଳର ପ୍ରାର୍ଥୀ ହୋଇଛନ୍ତି ଯଶୱନ୍ତ ସିହ୍ନା । ଆଜି ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ସାଂସଦ ଭବନର ୬୩ ନଂ କକ୍ଷରେ ଏହି ଗଣତି ଆରମ୍ଭ ହୋଇଛି । ନିର୍ବାଚନ ପରେ ମିଳିଥିବା ସୂଚନା ମୁତାବକ ଦୌପଦୀ ମୁର୍ମୁଙ୍କ ସପକ୍ଷରେ ଅନେକ ସାଂସଦ ଓ ବିଧାୟକ ମାନେ ଭୋଟ ଦେଇଥିବା ବେଳେ ଯଶୱନ୍ତ ସିହ୍ନାଙ୍କ ସପକ୍ଷରେ ସେଭଳି ଭୋଟ ମିଳିନାହିଁ । ବିଭିନ୍ନ ରାଜ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଅନେକ ରାଜ୍ୟରେ ବିଧାୟକ ମାନେ ସେମାନଙ୍କ ଦଳର ନିର୍ଦ୍ଦେଶକୁ ନମାନି ଶ୍ରୀମତି ମୁର୍ମୁଙ୍କ ସପକ୍ଷରେ ଭୋଟ ଦାନ କରିଛନ୍ତି । ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ଭୋଟ ଦୌପଦୀ ମୁର୍ମୁଙ୍କ ସପକ୍ଷରେ ଯାଇଥିବାର ରାଜନୀତି ବିଶେଷଜ୍ଞଙ୍କ ମହଲରେ ଆଲୋଚନା ହେଉଛି । ଯଦି ଏହା ସତ୍ୟ ହୁଏ ତେବେ ଦେଶର ପ୍ରଥମ ମହିଳା ଆଦିବାସୀ ନେତ୍ରୀ ଦୌପଦୀ ମୁର୍ମୁ ଭାରତର ଏକ ନମ୍ବର ନାଗରିକ ହେବାର ମାନ୍ୟତା ପାଇବେ ।

ଦ୍ରୌପଦୀଙ୍କ ବିଜୟ ଘୋଷଣା ପୂର୍ବରୁ ତାଙ୍କର ନିଜ ରାଜ୍ୟ ଓଡିଶାରେ ସେଲିବ୍ରେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦ୍ରୌପଦୀଙ୍କ କର୍ମସ୍ଥଳ ତଥା ଗ୍ରାମ ରାଇରଙ୍ଗପୁର ଓ ତାଙ୍କ ଶଶୂର ଘର ଗ୍ରାମରେ ଆଜି ସକାଳୁ ବିଜୟ ଉତ୍ସବ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଳିଛି । ସୂଚନାଯୋଗ୍ୟ ରାଇରଙ୍ଗପୁରଠାରେ ଦୌପଦୀ ମୁର୍ମୁ ତାଙ୍କର ପ୍ରଥମ ଚାକିରି ଜୀବନ ଆରମ୍ଭ କରିଥିବା ସ୍କୁଲର ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସି ତାଙ୍କ ସ୍କୁଲର ଗୌରବ ଦୌପଦୀଙ୍କ ପାଇଁ ପ୍ରାର୍ଥନା କରୁଥିବା ଦେଖାଯାଇଥିଲା । ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ପରେ ରାଇରଙ୍ଗପୁର ଠାରେ ବିଜୟ ପର୍ବ ପାଳନ ପାଇଁ ୩୦,୦୦୦ ଲଡୁ ପ୍ରସ୍ତୁତ ଚାଲିଛି । ପ୍ରସ୍ତୁତି ପାଇଁ୨୦ ଜଣ କାରିଗର ଲାଗିଥିବାର ଜଣାପଡିଛି । ତେବେ ଆଜି ସଂନ୍ଧ୍ୟା ସୁଦ୍ଧା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଜଣାପଡିଯିବ ବୋଲି ନିର୍ବାଚନ କମିଶନରଙ୍କ ସୂତ୍ରରୁ ପ୍ରକାଶ ।

ଅନ୍ୟମାନଙ୍କୁ ଜଣାନ୍ତୁ।