You are currently viewing ‘ଆମ ସମସ୍ତଙ୍କୁ ଆଗାମୀ ଜନ୍ମଦିନର ଶୁଭେଚ୍ଛା’

‘ଆମ ସମସ୍ତଙ୍କୁ ଆଗାମୀ ଜନ୍ମଦିନର ଶୁଭେଚ୍ଛା’

ଉତ୍ତରପ୍ରଦେଶ୨୯/୦୭, ସ୍ତ୍ରୀଓ ଝିଅ ସହ ଆତ୍ମହତ୍ୟା କଲେ ନଳକୂପ ବିଭାଗର ଜେଇ । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସହରେ ଏପରି ଏକ ଦୁଃଖଦ ଘଟଣା ଘଟିଛି । ଜଣେ ଜୁନିୟର୍‌ ଇଞ୍ଜିନିୟର ଶୈଳେନ୍ଦ୍ର କୁମାର ତାଙ୍କ ପତ୍ନୀ ଏବଂ ଝିଅଙ୍କ ସହ ମିଶି ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ପରିବାରର ସମସ୍ତେ ମିଶି କେକ୍‌ କାଟିଛନ୍ତି । କେବଳ ଏତିକି ନୁହେଁ, କେକ୍ କାଟି ସମସ୍ତେ ସମସ୍ତଙ୍କୁ ଶେଷ ଥର କେକ୍‌ ଖୁଆଇବା ସହ ଶୈଲେନ୍ଦ୍ର କୁମାର କହିଥିଲେ, ‘ ଆମ ସମସ୍ତଙ୍କୁ ଆଗାମୀ ଜନ୍ମଦିନର ଶୁଭେଚ୍ଛା । ତେବେ କେଉଁ କାରଣରୁ ସମସ୍ତେ ଆତ୍ମହତ୍ୟା କରିଛନ୍ତି ସେ ସମମ୍ପର୍କରେ ଜଣା ପଡ଼ିନାହିଁ । ଲକ୍ଷ୍ନୌର ଜାନକିପୁରମ୍ ଅଞ୍ଚଳରେ ରହୁଥିବା ଶୈଳେନ୍ଦ୍ର କୁମାର ଗତକାଲି ନିଜ ପରିବାର ସହିତ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ନଳକୂପ ବିଭାଗରେ ଜୁନିୟର ଇଞ୍ଜିନିୟର ଭାବରେ କାମ କରୁଥିଲେ ଶୈଳେନ୍ଦ୍ର କୁମାର । ଟଙ୍କା ପଇସାର ଅଭାବ ନଥିଲା । ଗୋଟିଏ ଝିଅ ଆଉ ସ୍ତ୍ରୀ ସହ ବେଶ୍‌ ହସଖୁସିରେ ବିତୁଥିଲା ଦିନ । ହେଲେ କ’ଣ ପାଇଁ ଏପରି ଚରମ ନିଷ୍ପତ୍ତି ନେଲେ ସେମାନେ । କ’ଣ ଦୁଃଖ ଥିଲା ? ତେବେ ବିଷ ଖାଇବା ପରେ ପଡ଼ୋଶୀ ଲୋକ କବାଟ ଭାଙ୍ଗି ଘରେ ପଶିଥିଲେ । ସମସ୍ତେ ଚଟାଣରେ ପଡ଼ି ଛଟପଟ୍ ହେଉଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ସେମାନଙ୍କୁ ଡାକ୍ତରଖାନା ନେବାକୁ ବାହାରିବା ସମୟରେ ଶୈଳେନ୍ଦ୍ର କିନ୍ତୁ ମନା କରିଥିଲେ । ତାଙ୍କ କଥା ନଶୁଣି ତିନି ଜଣଙ୍କୁ ଜୋରଜବରଦସ୍ତି ହସ୍ପିଟାଲରେ ପହଞ୍ଚାଇଥିଲେ ପଡ଼ୋଶୀ । ହେଲେ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇ ସାରିଥିଲା । ସୂଚନାନୁସାରେ, ମୃତ ଶୈଳେନ୍ଦ୍ର କୁମାର ମୃତ୍ୟୁ ପୂର୍ବରୁ କେକ୍‌ ମଗାଇଥିଲେ ଓ କାଟିବା ପୂର୍ବରୁ କେକରେ ବିଷ ମିଶାଇଥିଲେ । ଦୁନିଆରୁ ବିଦାୟ ନେବା ପୂର୍ବରୁ ବିଷାକ୍ତ କେକ୍‌ ଖୁଆଖୋଇ ହୋଇଥିଲେ । ଅନ୍ୟପଟେ ମୃତ୍ୟୁ ପୂର୍ବରୁ ଅଫିସ୍‌ର ଜଣେ ସହକର୍ମୀଙ୍କୁ ଫୋନ୍‌ କରିଥିଲେ ଶୈଳେନ୍ଦ୍ର । ଆଉ ବଞ୍ଚି ପାରିବୁନି, ଏବେ କେକ୍‌ ଖାଇ ଜନ୍ମଦିନ ପାଳିବାକୁ ଯାଉଛୁ କହି ଫୋନ୍‌ ରଖି ଦେଇଥିଲେ । ତାଙ୍କ ସହକର୍ମୀ କିଛି ବୁଝି ପାରିନଥିଲେ । ହେଲେ ସନ୍ଦେହ ହେବାରୁ ପୋଲିସ୍‌କୁ ଫୋନ୍‌ କରି ତୁରନ୍ତ ତାଙ୍କ ପଡ଼ୋଶୀଙ୍କୁ ଖବର ଦେଇଥିଲେ ଓ ନିଜେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ହେଲେ ସେତେବେଳକୁ ସବୁ ଶେଷ ହୋଇ ଯାଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।