ଷ୍ଟାଡିୟମର ନାଁ ‘ନରେନ୍ଦ୍ର ମୋଦୀ’

ଅହମଦାବାଦ- ବିଶ୍ବର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ ଉଦଘାଟିତ ହୋଇଛି । ଏହି କ୍ରିକେଟ ଷ୍ଟାଡିୟମ ଗୁଜୁରାଟର ଅହମଦାବାଦଠାରେ ରହିଛି । ଏହି ଷ୍ଟାଡିୟମକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍ଘାଟନ କରିଛନ୍ତି । ଗୁଜୁରାଟର ଅହମଦାବାଦସ୍ଥିତ ଷ୍ଟାଡିୟମର ନାମ ସର୍ଦ୍ଦାର ପଟେଲ ଷ୍ଟାଡିୟମ ରହିଥିଲା ।

ବର୍ତ୍ତମାନ ଏହି ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯାଇ ‘ନରେନ୍ଦ୍ର ମୋଦି ଷ୍ଟାଡିଅମ’ ରଖାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଏହି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ ।

Leave A Reply

Your email address will not be published.