You are currently viewing ଚିନ୍ତା ବଢାଇଲା ସଂକ୍ରମଣ

ଚିନ୍ତା ବଢାଇଲା ସଂକ୍ରମଣ

ନୂଆଦିଲ୍ଲୀ (୨୭.୩.୨୩) : ବଢୁଛି କରୋନା ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଡାକିଲେ ବୈଠକ । ଆଜି ସନ୍ଧ୍ୟାରେ କରୋନା ପ୍ରସ୍ତୁତିର ସମୀକ୍ଷା ହେବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ୧୦-୧୧ ଏପ୍ରିଲ ପାଇଁ ଏକ ଦେଶବ୍ୟାପୀ ମକ୍ ଡ୍ରିଲ୍ ଯୋଜନା କରାଯାଇଛି । ଆଜି ବୈଠକରେ ମକ୍-ଡ୍ରିଲର ସବିଶେଷ ତଥ୍ୟ ଜଣାଯିବ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କରୋନା ପ୍ରସଙ୍ଗରେ ବୈଠକ କରିଥିଲେ । ଆଉ ଟେଷ୍ଟିିଂ, ଟ୍ରାକିଂ ସହିତ କୋଭିଡ ନିର୍ଦ୍ଦେଶାନାମା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।