ଦକ୍ଷିଣ ଦିଲ୍ଲୀ ମାଲଭିୟ ନଗର ‘ବାବା କା ଢ଼ାବା’ କିଛି ଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ କି ବୃଦ୍ଧ ଦମ୍ପତ୍ତି କରୋନା ଲକଡାଉନ କାରଣରୁ ବ୍ୟବସାୟରେ ବ୍ୟାଘାତକୁ ନେଇ କଷ୍ଟରେ ଜୀବନ ଅତିବାହିତ କରୁଥିଲେ । ପରେ ଏକ ୟୁଟ୍ୟୁବର ତାଙ୍କ ଅସୁବିଧାକୁ ସାମ୍ନାକୁ ଆଣିଥିଲେ ଓ ପରେ ବିଭିନ୍ନ ସ୍ଥାନରୁ ତାଙ୍କୁ ସାହାର୍ଯ୍ୟ ସହଯୋଗର ସହାୟତା ମିଳିଥିଲା । କିନ୍ତୁ ଏବେ ଏହି ବୃଦ୍ଧ ଦମ୍ପତ୍ତି ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଥିବା ଡୋନେସନର ଅପବ୍ୟବହାରକୁ ନେଇ ମାଲଭୀୟ ନଗର ପୋଲିସ ଷ୍ଟେସନରେ ଗୌରଭଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଭିଡିଓ ଭାଇରାଲ ହେବା ପରଠାରୁ ସେ ମାତ୍ର ୨ଲକ୍ଷ ଟଙ୍କାର ଚେକ ପାଇଛନ୍ତି । ଗୌରଭ ଜାଣିଶୁଣି ତାଙ୍କର ବ୍ୟାଙ୍କ ବୀବରଣି ବାଣ୍ଟୁଥିଲେ ଏବଂ ଡୋନେସନ ଆକାରରେ ବିପୁଳ ଅର୍ଥ ସଂଗ୍ରହ କରିଛନ୍ତି ବୋଲି ଅଭିଯୋଗରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଆଗରୁ ପ୍ରତିଦିନ ୧୦,୦୦୦ ଟଙ୍କାର ରୋଜଗାର ହେଉଥିଲା ଏବଂ ଏହା ହ୍ରାସ ପାଇଁ ୩୦୦୦ରୁ ୫୦୦୦ ଟଙ୍କାକୁ ଆସିଯାଇଛି ।
ଗୌରଭଙ୍କୁ ପଚରାଉଚରା କରିବା ପରେ ସେ ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ, ସେ ସମସ୍ତ ଟଙ୍କା ପ୍ରସାଦଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି ଏବଂ କହିଛନ୍ତି ଯେ, “ଯେତେବେଳେ ମୁଁ ଭିଡିଓ ସୁଟ୍ କଲି, ମୁଁ ଜାଣି ନଥିଲି ଯେ ଏହା ବଡ ହେବ। ମୁଁ ଚାହୁଁ ନଥିଲି ଯେ ଲୋକମାନେ ବାବା (ପ୍ରସାଦ) ଙ୍କୁ ହଇରାଣ କରନ୍ତୁ ତେଣୁ ମୁଁ ମୋର ବ୍ୟାଙ୍କ ବିବରଣୀ ବାଣ୍ଟିଥିଲି” ବୋଲି କହିଛନ୍ତି ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା