You are currently viewing ବାଦାମ ଖାଇବାକୁ ଯେତିକି ଭଲ ଲାଗେ ସେତିକି ଅପକାରୀ ମଧ୍ୟ

ବାଦାମ ଖାଇବାକୁ ଯେତିକି ଭଲ ଲାଗେ ସେତିକି ଅପକାରୀ ମଧ୍ୟ

ବାଦାମ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। କେହି କେହି ସକାଳୁ ପାଣିରେ ଭିଜେଇ ଖାଇବାକୁ ଭଲ ପାଇଥାନ୍ତି, ଆଉ କିଏ କିଏ ଚଟଣୀ କରି ଖାଇଥାନ୍ତି। ଏହା ପାଟିକୁ ଖାଇବାକୁ ବହୁତୁ ସୁଆଦିଆ ଲାଗିଥାଏ। ବର୍ଷା ସମୟରେ କିମ୍ବା ଫିଲ୍ମ ଦେଖିବାବେଲେ, ଟାଇମ୍ ପାସ୍ ପାଇଁ ଖାଇବାକୁ ପସନ୍ଦ କରିଥାନ୍ତି। ଏହାସହ ସ୍ୱାସ୍ଥ୍ୟ ଲାଗି ଅଧ୍ୟ ଅତ୍ୟନ୍ତ ଭଲ।

ଏଥିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ଫ୍ୟାଟ୍‌, ଓ ମ୍ୟାଗ୍ନେସିୟମ୍‌   ଭଳି ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। କିନ୍ତୁ  ଅଧିକ ପରିମାଣରେ ବାଦାମ ଖାଇବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ବାଦାମ ଅଧିକ ଖାଇବ ଦ୍ୱାରା ଶରୀରକୁ କ’ଣ ସବୁ କ୍ଷତି ପହଞ୍ଚିଥାଏ ଜାଣନ୍ତୁ…

ଅଧିକ ପରିମାଣରେ ବାଦାମ ଖାଇବା ଦ୍ୱାରା ସେଥିରେ ଥିବା ଅଧିକ ଫାଇବର ଖାଦ୍ୟ ହଜମ କରିବାରେ ସମସ୍ୟା ସୃଷ୍ଟି କରିଥାଏ। ଅଧିକ ପରିମାଣରେ ବାଦାମ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ପେଟ କାଟିବା, ଡାଇରିଆ, ଆଖିକୁ ସ୍ପଷ୍ଟ ଦେଖାନଯିବା ଓ ମୁଣ୍ଡ ବୁଲାଇବା ପରି ସମସ୍ୟା ଦେଖାଯାଇଥାଏ। ବାଦାମରେ କ୍ୟାଲୋରୀ ଓ ଫ୍ୟାଟ୍‌ର ପରିମାଣ ଅଧିକ ଥିବାରୁ ଏହା ଓଜନ ବଢାଇଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।