You are currently viewing ଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକ

ଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକ

ଆପଣ ଅନେକ ଥର ଦେଖିଥିବେ ଲୋକମାନେ ବସି ବସି ନିଜର ଆଙ୍ଗୁଳିକୁ ଫୁଟାଇଥାନ୍ତି । ଏମିତି କରିବାକୁ ବହୁତ ମଜା ଲାଗିଥାଏ ଆଉ ଏପରି ଅନୁଭବ ହୋଇଥାଏ ଯେପରି ହାତରୁ ସମସ୍ତ ଥକାପଣ ବାହାରିଗଲା । ଆମେ ଏହା ନିଜେ ବି ଜାଣିନଥାନ୍ତି ଯେ ଦିନରେ କେତେ ଥର ଆଙ୍ଗୁଳି ଫୁଟାଇଛନ୍ତି । କିନ୍ତୁ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଆଙ୍ଗୁଠି ଫୁଟାଇବା ବହୁତ ଖରାପ ଅଭ୍ୟାସ । ଆମ ଭିତରେ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କୁ ଆଙ୍ଗୁଠି ଫୁଟାଇବାର ଅଭ୍ୟାସ ରହିଛି । ସେମାନେ ଦିନକ ଭିତରେ ଅନେକ ଥର ଆଙ୍ଗୁଠି ଫୁଟାଇଥାନ୍ତି । କେବେ ଆପଣ ଭାବିଛନ୍ତି କି, ଆଙ୍ଗୁଠି ଫୁଟାଇବା ଦ୍ୱାରା ଶବ୍ଦ କାହିଁକି ହୋଇଥାଏ ଓ ଏପରି କରିବା ଠିକ୍ କି? ଏପରି କରିବା ଦ୍ୱାରା ଆର୍ଥରାଇଟିସ୍ ସମସ୍ୟା ବଢ଼ିଯାଏ ବୋଲି ଅନେକ ଲୋକ କୁହନ୍ତି । ତେବେ ଆସନ୍ତୁ ଜାଣିବା ଆଙ୍ଗୁଠି ଫୁଟାଇବା ଦ୍ୱାରା କ’ଣ କ’ଣ ସମସ୍ୟା ହୋଇଥାଏ ।

ଆଙ୍ଗୁଠି ଫୁଟାଇବା ଏକ ଖରାପ ଅଭ୍ୟାସ । ଶରୀରର ଗଣ୍ଠିରେ ଏକ ଫ୍ଲୁଇଡ ରହିଥାଏ । ଯେବେ ଆପଣ ଆଙ୍ଗୁଠି ଫୁଟାଇ ଥାନ୍ତି ସେବେ ଫ୍ଲୁଇଡରୁ ଗ୍ୟାସ୍ ରିଲିଜ୍ ହୋଇଥାଏ ଓ ତା ଭିତରେ ଥିବା ବବଲ୍ସ ମଧ୍ୟ ଫୁଟିଥାଏ । ଏହି କାରଣ ଯୋଗୁଁ ଆଙ୍ଗୁଠି ଫୁଟାଇବା ଦ୍ୱାରା ଶବ୍ଦ ହୋଇଥାଏ ।ଅନେକ ଥର ଗଣ୍ଠିରୁ ଆପେ ଆପେ ଶବ୍ଦ ବାହାରିଥାଏ । ଏହା ସେତିକିବେଳେ ହୋଇଥାଏ, ଯେବେ ଆପଣ ବହୁତ ଜୋରରେ ମୁଭମେଣ୍ଟ କର । ବିଶେଷଜ୍ଞଙ୍କ କହିବା ମୁତାବକ, ଦୀର୍ଘ ସମୟ ଧରି ଆଙ୍ଗୁଠି ଫୁଟାଇବା ଦ୍ୱାରା ହାତର ଗ୍ରିପ ଷ୍ଟ୍ରେଥ ଉପରେ ପ୍ରଭାବ ପଡ଼ିଥାଏ ଓ ହାତ ଫୁଲିବାର ମଧ୍ୟ ସମ୍ଭାବନା । ସେଥିପାଇଁ ଆଙ୍ଗୁଠିକୁ ଅଧିକ ଫୁଟାଇବା ଉଚିତ୍ ନୁହେଁ । ବିଶେଷଜ୍ଞମାନେ କୁହନ୍ତି ଯେ, ଆଙ୍ଗୁଠି ଫୁଟାଇବା ଦ୍ୱାରା ଆପଣଙ୍କୁ କଷ୍ଟ ହୋଇନଥାଏ । କିନ୍ତୁ କିଛି ଲୋକଙ୍କ କହିବା ଅନୁସାରେ, ଅଧିକ ଥର ଆଙ୍ଗୁଠି ଫୁଟାଇଲେ ଅର୍ଥରାଇଟିସର ବିପଦ ରହିଥାଏ, କିନ୍ତୁ ଏପରି କିଛି ବି ନାହିଁ । ଏକ ରିସର୍ଚ୍ଚରୁ ଜଣାପଡିଛି କି, ଆଙ୍ଗୁଠି ଫୁଟାଇବା ଦ୍ୱାରା ଅର୍ଥରାଇଟିସର ବିପଦ ବିଲକୁଲ ହୋଇନଥାଏ । ଯଦି ଗଣ୍ଠିରୁ ବାରମ୍ବାର ଶବ୍ଦ ଆସେ, ତେବେ ଏହାର କାରଣ ହୋଇପାରେ ଯେ ସେଥିରେ କିଛି ଅସୁବିଧା ଅଛି କିମ୍ବା ତାହା ଲୁଜ ହୋଇଯାଉଛି । ଏପରି ସମୟରେ ଆପଣ କୌଣସି ଅସ୍ଥି ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ । ଏହି ସମସ୍ୟା ଅଧିକ ଯନ୍ତ୍ରଣା ସହିତ ଆସିଥାଏ ଓ ହାଡରେ ରୋଗ ଅଛି ବୋଲି ଲକ୍ଷଣ ଦେଖାଦିଏ । ସେଥିପାଇଁ ଏହାକୁ ଅଣଦେଖା କରନ୍ତୁ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।