ଚାଣକ୍ୟ ଜଣେ ଅତି ଶିିକ୍ଷିତ ଓ ବୁଦ୍ଧିମାନ ବ୍ୟକ୍ତି ଥିଲେ । ତାଙ୍କର ବିଭିନ୍ନ ବିଷୟ ଉପରେ ଅତ୍ୟଧିକ ଜ୍ଞାନ ଥିଲା । କୂଟନୀତି ଏବଂ ରାଜନୀତିରେ ଚାଣକ୍ୟ ବହୁତ ପାରଙ୍ଗମ ଥିଲେ । ସେ ତକ୍ଷଶୀଳାରେ ଅଧ୍ୟୟନ କରିଥିଲେ ଏବଂ ସେଠାରେ ଶିକ୍ଷକତା ମଧ୍ୟ କରିଥିଲେ । ଚାଣକ୍ୟଙ୍କନୀତି ଶାସ୍ତ୍ର ଜୀବନରେ ସଫଳହେବାକୁ ପ୍ରେରଣା ଦିଏ । ଚାଣକ୍ୟ କହିଛନ୍ତି ଯେ, ଯେଉଁ କାରଣରୁ ବ୍ୟକ୍ତି ଦରିଦ୍ର ହୋଇଯାଏ, ସେହି ଅଭ୍ୟାସକୁ ପରିତ୍ୟାଗ କରିବା ଉଚିତ ।
ଯେଉଁମାନେ ଅପରିଷ୍କାର ପୋଷାକ ପିନ୍ଧନ୍ତି କିମ୍ବା ସେମାନଙ୍କ ଚାରିପାଖ ପରିଷ୍କାର ରଖନ୍ତି ନାହିଁ ଏବଂ ସକାଳେ ଦାନ୍ତ ସଫା କରନ୍ତି ନାହିଁ । ମାତା ଲକ୍ଷ୍ମୀ ତାଙ୍କ ଉପରେ କଦାପି ସନ୍ତୁଷ୍ଟ ହୋଇନଥାନ୍ତି । ଏହିପରି ଲୋମାନେ ଦାରିଦ୍ରତାରେ ଜୀବନଯାପନ କରିଥାନ୍ତି ।
ଯେଉଁମାନେ କଟୁ ବା ତିକ୍ତ କଥା କହିଥାନ୍ତି । ତାଙ୍କ ଉପରେ କେହି ପ୍ରସନ୍ନ ହୋଇନଥାନ୍ତି । ତେଣୁ ସର୍ବଦା ମଧୁର କଥା କହିବା ଉଚିତ୍ । ସର୍ବଦା ତିକ୍ତ କଥା କହିବା ଦ୍ୱାରା ଅନ୍ୟ ମାନଙ୍କ ସହ ସମ୍ପର୍କ ଖରାପ ହୋଇଯାଇଥାଏ । ତେଣୁ ଏହି ସବୁ ଅଭ୍ୟାସକୁ ପରିତ୍ୟାଗ କରିବା ଉଚିତ୍ ।