You are currently viewing ସବୁବେଳେ ଏସି ପବନରେ ରହୁଥିଲେ ସାବଧାନ

ସବୁବେଳେ ଏସି ପବନରେ ରହୁଥିଲେ ସାବଧାନ

ସମଗ୍ର ଦେଶରେ ବର୍ତ୍ତମାନ ମୌସୁମୀ ଶେଷ ହୋଇଛି । କିନ୍ତୁ ଦେଶର ଅଧିକାଂଶ ରାଜ୍ୟରେ ଗ୍ରୀଷ୍ମକାଳୀନ ଅବଧି ଜାରୀ ରହିଛି । ଯାହା ଫଳରେ ଲୋକମାନେ ଏସିରୁ ବାହାରକୁ ଆସୁୂ ନାହାନ୍ତି । ଅଫିସ୍ ଏବଂ ଯାନ ବାହନରେ ଲୋକମାନେ ଗରମରୁ ରକ୍ଷା ପାଇବା ପାଇଁ ଏସି ଲଗାଉଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି ଏସିରେ ଅଧିକ ସମୟ ରହିବା ଆପଣଙ୍କ ଶରୀର ପ୍ରତି କ୍ଷତିକାର ହୋଇଥାଏ । ଏହି ଏସି ପବନରେ ଆପଣ ଅଧିକ ସମୟ ରହିଲେ ଆପଣଙ୍କର ଶରୀର କ୍ଷତି ହୋଇଥାଏ ।
ଏସିରେ ଅଧିକ ସମୟ ରହିଲେ ଆଖିରେ କ୍ଷତି ହୋଇପାରେ । ଏସିରେ ରହିବା କାରଣରୁ ଆଖି ଶୁଷ୍କ ହୋଇପାରେ । ଏହା ପରେ ଆପଣଙ୍କ ଆଖି ଜଳାପୋଡା ହେବାକୁ ଲାଗିଥାଏ । ତେଣୁ ଯଦି ଆପଣଙ୍କ ଆଖି ଶୁଖିଲା ତେବେ ଆପଣ ଏସିରେ ରହିବା ଉଚିତ ନୁହେଁ ।


ଚର୍ମ ମଧ୍ୟ ଯଦିଆପଣଙ୍କ ଅଧିକ ଶୁଷ୍କ ହୋଇଥାଏ ତେବେ ମଧ୍ୟ ଆପଣ ଏସିରେ ରହିଲେ ଆପଣଙ୍କ ସମସ୍ୟା ଅଧିକ ବଢିପାରେ । ତେବେ ଏଥି ପେଇଁ ଆପଣଙ୍କ ସତର୍କ ହେବାକୁ ପଡିବ ।
ଏହା ଛଡା ଯଦି ଆପଣ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହେଉଛି ତେବେ ଅପଣ ମଧ୍ୟ ଏସିରୁ ଦୂରରେ ରୁହନ୍ତୁ । ଏସିରେ ରହିବା ଦ୍ୱାରା ଶୁଖିଲା ଗଳା, ରାଇନାଇଟିସ୍ ଏବଂ ନାକ ଅବରୋଧ ଭଳି ସମସ୍ୟା ଦେଖା ଦେିଥାଏ । ଏହା ସହିତ ମୁଣ୍ଡ ବିନ୍ଧାର କାରଣ ମଧ୍ୟ ଏସିର ପବନ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।