You are currently viewing ଆଇବ୍ରୋ ମଝିରୁ ଦୂର ହେବ  କାଠବ୍ରଣ ସମସ୍ୟା

ଆଇବ୍ରୋ ମଝିରୁ ଦୂର ହେବ କାଠବ୍ରଣ ସମସ୍ୟା

ଚେହେରାରେ ଥିବା ଆଇବ୍ରୋ ମଝିରେ ଯେଉଁ ଛୋଟ ଛୋଟ କାଠ ବ୍ରଣ ପରି ହୋଇଥାଏ । ଏଭଳି ପରିସ୍ଥିତିରେ ମହିଳାମାନେ ବିନ୍ଦି ଲଗାଇବା ପାଇଁ ମଧ୍ୟ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଆପଣ ଦେଖିଥିବେ ଅଏଲି ଚେହେରାରେ ସାଧାରଣତଃ ଏପରି ଅସୁବିଧା ଦେଖାଯାଇଥାଏ । କିନ୍ତୁ ଏଥିପାଇଁ ଏବେ ଆପଣଙ୍କୁ ଆଉଚିନ୍ତା କରିବାକୁ ପଡିବ ନାହିଁ । କାହିଁକିନା ଏପରି ଏକ ଉପାୟ ବିଷୟରେ ଆଜି ଜାଣିବା ଯାହାଦ୍ୱାରା ଆପଣଙ୍କୁ ଆଉ ଆଇବ୍ରୋ ମଝିରେ ହେଉଥିବା ବ୍ରଣ ପାଇଁ ଚିନ୍ତା କରିବାକୁ ପଡିବ ନାହିଁ ।

ଆପଣ ପ୍ରତିଦିନ ଭଲ ପ୍ରଡକ୍ଟ ବ୍ୟବହାର କରି ମୁହଁକୁ ସଫା କରନ୍ତୁ । ଏଭଳି କାଠବ୍ରଣରୁ ମୁହଁକୁ ବଞ୍ଚାଇବା ପାଇଁ ମୁହଁରେ ଥିବା ଅଏଲକୁ କମ୍ କରନ୍ତୁ । ପ୍ରତିଦିନ ସଂନ୍ଧ୍ୟାରେ ଏବଂ ସକାଳେ ଚେହେରାକୁ କ୍ଲିନଜରରେ ଧୁଅନ୍ତୁ । ଏହାଛଡା କାକୁଡି ରସରେ ଅଳ୍ପ ଗୋଲାପ ଜଳ ମିଶାଇ ୧୦ ମିନିଟ ଯାଏଁ ଚେହେରାରେ ଲଗାଇ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଚେହେରାରୁ ଅଏଲି ଅଂଶ କମିବା ସହ କାଠବ୍ରଣ ମଧ୍ୟ ହୋଇନଥାଏ । ଗ୍ରୀନ ଟି ମଧ୍ୟ ଏକ ଏସ୍ଟିଜେଣ୍ଟ ଟୋନର ଅଟେ । ଗ୍ରୀନ ଟିକୁ ଗରମ ପାଣିରେ ଅଧଘଣ୍ଟା ଯାଏଁ ଭିଜାନ୍ତୁ । ଏହାପରେ ପାଣିକୁ ଥଣ୍ଡାକରି ଏହାକୁ ଛାଣି ଦିଅନ୍ତୁ । ଏବେ ଏହାକୁ ମୁହଁରେ ଲଗାନ୍ତୁ । ଏପରି କରିବା ଦ୍ୱାରା ମୁହଁରେ ଜମିଥିବା ତେଲିଆ ଅଂଶ ଦୂର ହୋଇଥାଏ । ଏପରି କରିବା ଦ୍ୱାରା ମୁହଁରେ ଆଇବ୍ରୋ ମଧ୍ୟରେ ଥିବା ବ୍ରଣ ଦୂର ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।