ଖରାରୁ ଆସି କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ । କାରଣ ସତର୍କ କରାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, କୋଲ୍ଡ ଡ୍ରିଙ୍କସ୍ ପିଇବା ଶରୀର ପାଇଁ କ୍ଷତିକାରକ । ଏଥିରେ ସୁଗାରର ମାତ୍ରା ଅଧିକ ଥିବାରୁ ଶରୀରର ଅନେକ ପ୍ରକାଣ ରୋଗ ସୃଷ୍ଟି କରିଥାଏ । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭତ ହେଉଛି । ଲୋକେ ଖରାରୁ ରକ୍ଷା ପାଇବା ପାଇଁ କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି । ତେବେ ଏହା ଦ୍ୱାରା ଶରୀରରେ କ’ଣ କ୍ଷତି ହୋଇଥାଏ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ କରାଯାଇଛି ।

ଖରାରୁ ଆସି କୋଲଡ୍ରିଙ୍କସ ପିଇଲେ : ପେଟରେ ଚର୍ବି ବଢିଥାଏ ।
ମଧୁମେହ ରୋଗ ହେବାର ଆଶଙ୍କା ଥାଏ ।
ଉଚ୍ଚ ରକ୍ତଚାପ ରୋଗୀଙ୍କ ରକ୍ତଚାପ ବୃଦ୍ଧି କରିଥାଏ ।
ହୃଦରୋଗୀଙ୍କ କୋଲେଷ୍ଟ୍ରଲ ଏବଂ ରକ୍ତ ସଞ୍ଚାଳନ ପ୍ରଭାବିତ ହୁଏ ।
ଶିଶୁମାନେ ମୋଟାପଣର ଶିକାର ହୋଇଥାଆନ୍ତି ।