You are currently viewing ସୌନ୍ଦର୍ଯ୍ୟରେ କରନ୍ତୁ ଗ୍ଲିସେରିନର ଉପଯୋଗ

ସୌନ୍ଦର୍ଯ୍ୟରେ କରନ୍ତୁ ଗ୍ଲିସେରିନର ଉପଯୋଗ

ଶରୀରକୁ ସୁନ୍ଦର କରିବାରେ ଗ୍ଲିସେରିନର ଭୂମିକା ଅନେକ ରହିଛି । ଜାଣନ୍ତୁ ସୌନ୍ଦର୍ଯ୍ୟରେ ଏହାକୁ ବ୍ୟବହାର କରିବେ କିପରି? ଗ୍ଲିସେରିନକୁ କେବେ ସିଧାସଳଖ ବ୍ୟବହାର କରନ୍ତୁ ନାହିଁ । ବରଂ ଏହାକୁ ଗୋଲାପ ଜଳ କିମ୍ବା ମିନେରାଲ ୱାଟରରେ ମିଶାଇ ବ୍ୟବହାର କରନ୍ତୁ । ଗ୍ଲିସେରିନକୁ ମୁହଁରେ ଲଗାଇବା ପୂର୍ବରୁ ମୁହଁକୁ ଭଲଭାବେ ଧୋଇନିଅନ୍ତୁ । ଏହାପରେ ତୁଳାରେ କିଛି ବୁନ୍ଦା ନେଇ ମୁହଁରେ ମସାଜ୍ କରନ୍ତୁ । କିଛି ସମୟ ରଖିବା ପରେ ମୁହଁକୁ ସାଧା ପାଣିରେ ଧୋଇଦିଅନ୍ତୁ । ତ୍ୱଚା କୋମଳ ରହିବ ।

ଯଦି ମୁହଁରେ ଚର୍ମ ଶୁଷ୍କ ହୋଇଯାଉଛି, ତାହେଲେ ଅଧା ଚାମଚ ଗ୍ଲିସେରିନ୍ ସହିତ ୧ ଚାମଚ ଗୋଲାପ ଜଳ ଓ ୧ ଚାମଚ ମିଲ୍କ ପାଉଡର ମିଶାନ୍ତୁ । ଏହାକୁ ଭଲଭାବେ ମୁହଁରେ ଲଗାନ୍ତୁ । ୫ ମିନିଟ୍ ପରେ ମୁହଁକୁ ଭଲଭାବେ ଧୋଇଦିଅନ୍ତୁ । ମୁହଁ ରୁକ୍ଷ ଓ ଶୁଷ୍କ ହେବାରୁ ରକ୍ଷା ପାଇବ ନିଶ୍ଚୟ । ୧୦୦ ଗ୍ରାମ ଗୋଲାପ ଜଳ ସହିତ ୧ ଚାମଚ ଗ୍ଲିସେରିନ୍ ମିଶାଇ ବେ।ତଲର ଠିପି ବନ୍ଦ କରି ଫ୍ରିଜରେ ରଖିଦିଅନ୍ତୁ । ଏହି ଲୋସନକୁ ହାତ, ଗୋଡ, କିମ୍ବା ଶୁଷ୍କ ତ୍ୱଚାରେ ବ୍ୟବହାର କରନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।