ଶରୀର ପାଇଁ ଦଲିଆର ଉପକାରୀତା

କୋଲେଷ୍ଟ୍ରଲ କଣ୍ଟ୍ରୋଲ କରିବାରେ ଦଲିଆ ବହୁତ ସହାୟକ ହୋଇଥାଏ । କିନ୍ତୁ ଏହାକୁ ଜଳଖିଆ ରୂପେ ଗ୍ରହଣ କରିବା ସମୟରେ ଏଥିରେ ଡାଲଚିନି,ବ୍ଲୁବେରୀ, ଅଖରୋଟ ସାମିଲ କଲେ ଆପଣଙ୍କୁ ବହୁ ଫାଇଦା ମିଳିଥାଏ । କୋଲେଷ୍ଟ୍ରଲ କଣ୍ଟ୍ରୋଲ କରିବାରେ ଦଲିଆ ବହୁତ ସହାୟକ ହୋଇଥାଏ । ସକାଳ ଜଳଖିଆରେ ଦାଲିଆ ସାମିଲ କଲେ ଆପଣଙ୍କୁ ବହୁ ଫାଇଦା ମିଳିଥାଏ । ଏଥିରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସଫରସ, ଭିଟାମିନ ଓ ଆଇରନ ଥାଏ । କିନ୍ତୁ ଖାଲି ଦଲିଆଖାଇବା ଦ୍ୱାରା କୌଣସି ପ୍ରଭାବ ଦେଖାଯାଇନଥାଏ । ଏପରି କିଛି ଜିନିଷ ଅଛି ଯାହା ମିଶାଇ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ବହୁ ଫାଇଦା ମିଳିବା ସହ କୋଲେଷ୍ଟ୍ରଲ କଣ୍ଟ୍ରୋଲ ରହେ । ତେବେ ଆସନ୍ତୁ ଜାଣିବା କ’ଣ ସେହି ଜିନିଷ ।

ଅଖରୋଟ : ଆପଣ ଜାଣିଛନ୍ତିକି ଅଖରୋଟ ଏପରି ଏକ ଡ୍ରାଏ ଫୁଟ ଯାହାକୁ ଦଲିଆରେ ମିଶାଇ ଖାଇବା ଦ୍ୱାରା ବହୁ ଫାଇଦା ମିଳିଥାଏ । ଏହା ଖାଇବା ଦ୍ୱାରା ଗୁଡ କୋଲେଷ୍ଟ୍ରଲ କଣ୍ଟ୍ରୋଲ ରହେ ଏବଂ ହାର୍ଟ ଆର୍ଟକ ଭଳି ସମସ୍ୟା ଦୂର ହୋଇଥାଏ ।
ବ୍ଲୁବେରୀ: ବ୍ଲୁବେରୀକୁ ଆପଣ ଦଲିଆରେ ମିଶାଇ ଖାଇପାରିବେ । ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନ ବହୁ ମାତ୍ରାରେ ଥାଏ ଯାହା କୋଲେଷ୍ଟ୍ରଲକୁ କଣ୍ଟ୍ରୋଲ ରଖେ ।
ଦାଲଚିିନି ମଧ୍ୟ ଫାଇଦାକାରୀ : ଦାଲଚିନି ହେଉଛି ଏକ ମସଲା । ଏହା କେବଳ ଆପଣଙ୍କ ଖାଦ୍ୟର ସ୍ୱାଦ ବଢାଇନଥାଏ ଏହାକୁ ଦାଲିଆରେ ମିଶାଇ ଖାଇବା ଦ୍ୱାରା ଏହା କୋଲେଷ୍ଟ୍ରଲକୁ ମଧ୍ୟ କଣ୍ଟ୍ରୋଲ କରେ ।

Leave A Reply

Your email address will not be published.

16 − 15 =