ଲେମ୍ବୁ ରସରୁ ମିଳୁଥିବା ଫାଇଦା…

ଲେମ୍ବୁ ପାଣି ପିିଇବାକୁ ଯେପରି ଭଲ ଲାଗିଥାଏ ଏହା ଶରୀର ପାଇଁ ମଧ୍ୟ ସେପରି ହିତକର ଅଟେ । କିଛି ଲୋକ ଚା କିମ୍ବା କଫି ବଦଳରେ ଲେମ୍ବୁପାଣିରୁ ଦିନ ଆରମ୍ଭ କରିଥାନ୍ତି ।
. ବଞ୍ଜିବା ପାଇଁ ପାଣି ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । କିଛି ଲୋକ ଖାଲି ପାଣି ପିଇବା ପସନ୍ଦ କରିନଥାନ୍ତି, ତେଣୁ ସେମାନେ ପାଣିରେ କିଛି ଲେମ୍ବୁ ରସ ମିଶାଇ ପିଇପାରିବେ ଯାହାଦ୍ୱାରା ଏହା ସ୍ୱାଦିଷ୍ଟ ଲାଗିବ ଏବଂ ଅଧିକ ପାଣି ପିିଇପାରିବେ ।
. ଲେମ୍ବୁରେ ଭିଟାମିନ ସି ଅଧିକ ପରିମାଣରେ ରହିଥାଏ । ଏହା ଏପରି ଏକ ଆଣ୍ଟି ଅକ୍ସିଡାଣ୍ଟ ଯାହା କୋଷଗୁଡିକୁ ..ତିରୁ ରକ୍କ୍ଷା କରିବାରେ ସାହାର୍ଯ୍ୟ କରିଥାଏ । ଭିଟାମିନ ସି ହୃଦରୋଗ, ଷ୍ଟ୍ରୋକ ଏବଂ ରକ୍ତଚାପ କମାଇବାରେ ସାହାର୍ଯ୍ୟ କରିଥାଏ । ପରୀକ୍ଷଣ ଅନୁଯାୟୀ ଗୋଟିଏ ଲେମ୍ବୁର ରସ ପ୍ରାୟ ୧୮.୬ ମିଲିଗ୍ରାମ ଭିଟାମିନ ସି ଯୋଗାଇଥାଏ ।


. ଲେମ୍ବୁର ରସ ଓଜନ କମାଇବାରେ ସାହାର୍ଯ୍ୟ କରିଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ଲେମ୍ବୁରେ ପଲିଫେନୋଲ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ମୋଟାପଣକୁ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ଏହା ରକ୍ତରେ ଥିବା ଗ୍ଳୁକୋଜ ସ୍ତର ଏବଂ ଇନସୁଲିନ ଉପରେ ପଡୁଥିବା ନକରାତ୍ମକ ପ୍ରଭାବକୁ ଦୂର କରିଥାଏ ।
. ଲେମ୍ବୁ ରସ ଚର୍ମରେ ଉନ୍ନତି ଆଣିଥାଏ । ଏହାକୁ ପ୍ରତିଦିନ ପିିିଇବା ଦ୍ମାରା ଚର୍ମଜନିତ ରୋଗ ଦୂର ହୋଇଥାଏ । ଏହା ହଜମ କରିବାରେ ସାହାର୍ଯ୍ୟ କରିଥାଏ ଏବଂ କୋଷ୍ଠକାଠିନ୍ୟ ଜନିତ ସମସ୍ୟାକୁ ଦୂର କରିଥାଏ ।
. ଏହା ନିଶ୍ୱାସକୁ ସତେଜ କରେ । ପ୍ରତିଦିନ ସକାଳେ ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ନିଶ୍ୱାସପ୍ରଶ୍ୱାସ ସତେଜ କରିଥାଏ । ଏହା କିଡନୀ ଷ୍ଟୋନକୁ ରୋକିବାରେ ସାହାର୍ଯ୍ୟ କରିଥାଏ ।

Leave A Reply

Your email address will not be published.