You are currently viewing ଶରୀର ପାଇଁ ଫାଇଦାକାରୀ କଖାରୁ

ଶରୀର ପାଇଁ ଫାଇଦାକାରୀ କଖାରୁ

ପ୍ରତ୍ୟେକ ପନିପରିବାରେ ଔଷଧିୟ ଗୁଣ ରହିଛି । ଆପଣଙ୍କ ମଧ୍ୟରୁ ବହୁତ କଖାରୁ ଖାଇବାକୁ ନାକ ଟେକୁଥିବେ । ହେଲେ କଖାରୁରେ ଥିବା ଔଷଧିୟ ଗୁଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶରୀରରେ ଅନେକ ଫାଇଦା ପହଞ୍ଚାଇଥାଏ କଖାରୁ । ଏଥିରେ ମିନେରାଲ ଓ ଭିଟାମିନ ଭରପୁର ଭାବେ ଥାଏ । ଯାହାକି ଆଖିରୁ ଆରମ୍ଭ କରି ହାର୍ଟର ଯତ୍ନ ନେଇଥାଏ । ଶରୀରରେ ପ୍ରତିରୋଧ ଶକ୍ତି ବଢ଼ାଇବା ସହ ଯୌବନ ଧରି ରଖିବାରେ କଖାରୁ ବହୁତ ଲାଭକାରୀ ହୋଇଥାଏ । ଆସନ୍ତୁ ଜାଣିବା କ’ଣ ସବୁ ଫାଇଦା ରହିଛି କଖାରୁରେ ।

କଖାରୁରେ ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରରେ ଥିବା ଯୋଗୁ ଏହା ଆମ ଚର୍ମର ଖୁବ ସୁରକ୍ଷା କରିଥାଏ । ଏଥିରେ ଥିବା ମାଗ୍ନେସିୟମ, ଆଇରନ୍‌, ଜିଙ୍କ, ମାଙ୍ଗାନିଜ ଓ ଆଣ୍ଟିଅକ୍ସିଡାଣ୍ଟ ତ୍ୱଚ୍ଚାର କୋଷିକାକୁ ନଷ୍ଟ ହେବାରୁ ରକ୍ଷା କରିଥାଏ ।

କଖାରୁରେ ଥିବା ବିଟା କେରୋଟିନ ଯାହା ଚର୍ମକୁ ଯୁବସୁଲଭ ରଖିଥାଏ । ଫଳରେ ଆପଣଙ୍କ ଯୌବନ ଏତେ ଶୀଘ୍ର କମି ନଥାଏ । ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ । ଯାହାକୁ ଖାଇବା ପରେ ଦୀର୍ଘ ସମୟ ଯାଏ ଆପଣଙ୍କୁ ଭୋକ ଲାଗି ନଥାଏ । ଆପଣଙ୍କ ଶରୀରରେ ବ୍ୟାଡ କୋଲେଷ୍ଟରାଲ ଜମା ହୋଇ ନଥାଏ । ଏହା ଶରୀରରେ ବ୍ଲଡ ସୁଗାରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହା ଭିଟାମିନ ଏ ର ଭଲ ସ୍ରୋତ ହୋଇଥିବାରୁ ଆଖିର ପାଓ୍ଵାର ବଢ଼ାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।