You are currently viewing କଳାଜିରା ଖାଇଲେ ମିଳିଥାଏ ଏହିସବୁ ଫାଇଦା…

କଳାଜିରା ଖାଇଲେ ମିଳିଥାଏ ଏହିସବୁ ଫାଇଦା…

ରୋଷେଇ ଘରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତିରେ କଳା ଜିରା ବ୍ୟବହାର କରାଯାଏ। କଳାଜିରାରେ ମଜ୍‌ଭୁତ ହୋଇ ରହିଥିବା ତତ୍ତ୍ୱ ଶରୀରକୁ ଅନେକ ରୋଗଠାରୁ ଦୂରେଇ ରଖିବାରେ ବି ବିଶେଷ ସହାୟକ ହୋଇଥାଏ। ଏହାଛଡ଼ା କଳାଜିରାରେ ପର୍ଯ୍ୟାପ୍ତ ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟସ୍ ରହିଥିବା ଯୋଗୁଁ ଏହା କର୍କଟ ଭଳି ବ୍ୟାଧିଠାରୁ ମଧ୍ୟ ଆମକୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥାଏ। କଳାଜିରାକୁ ଆମେ ବିଭିନ୍ନ ରୂପରେ ବ୍ୟବହାର କରିଥାଉ।

ଏଥିରେ ସାଧାରଣତଃ ଆଇରନ୍‌,କ୍ୟାଲ୍‌ସିଅମ୍‌,ପୋଟାସିଅମ୍‌ ଏବଂ ଫାଇବରର ମାତ୍ରା ଅଧିକ ପରିମାଣରେ ରହିଥାଏ। ଏହା ଏମିନୋ ଏସିଡ ଏବଂ ପ୍ରୋଟିନରେ ମଧ୍ୟ ଭରପୁର ଅଟେ। ଏହି କାରଣରୁ ଏହା ସ୍ବାସ୍ଥ୍ୟ ଲାଗି ବିଶେଷ ଉପକାରୀ । ଏହାବ୍ୟତୀତ କଳାଜିରା ରକ୍ତରେ ରହିଥିବା ବିଷାକ୍ତ ପଦାର୍ଥକୁ ସଫା କରିବାର କାର୍ଯ୍ୟ ବି କରିଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।