ଶରୀର ପାଇଁ ଆମ୍ବ ମଞ୍ଜିର ଉପକାରିତା

ଆମ୍ବକୁ ଫଳମାନଙ୍କର ରାଜା କୁହନ୍ତି । ଆମ୍ବ ଖାଇବାକୁ ସାଧାରଣତଃ ସମସ୍ତେ ପସନ୍ଦ କରନ୍ତି । ଏହା ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତିକି ଆମ୍ବ ସହ ଏହାର ଟାକୁଆ ମଧ୍ୟ ଶରୀର ପାଇଁ ବହୁଫାଇଦାକାରୀ ହୋଇଥାଏ । ଯଦି ଆପଣ ଆମ୍ବ ଖାଇଲା ପରେ ଏହାର ଟାକୁଆ ଫୋପାଡି ଦେଉଛନ୍ତି ତେବେ ଏହି ଭୂଲ ଆଉ କରନ୍ତୁ ନାହିଁ । ଆମ୍ବରେ ବହୁତ ମାତ୍ରାରେ ଭିଟାମିନସ, ମିନେରାଲସ ଓ ଆଣ୍ଟଅକ୍ସିଡେଣ୍ଟ ଥାଏ । ଆମ୍ବ କେବଳ ଭାରତରେ ନୁହେଁ ବରଂ ପୁରା ଦୁନିଆରେ ଏହାର ଚାହିଦା ବହୁତ ଅଧିକ । ତେବେ ଆସନ୍ତୁ ଜାଣିବା ଆମ୍ବର ଟାକୁଆରୁ ଆମକୁ କ’ଣ ଫାଇଦା ସବୁ ମିଳିଥାଏ ।

୧. ଯଦି ଆପଣଙ୍କର ଆଣଣ୍ଠୁଗଣ୍ଠି ସମସ୍ୟା ଅଛି ତେବେ ଆପଣ ଆମ୍ବ ଟାକୁଆକୁ ଶୁଖାଇ ଏହାକୁ ଗୁଣ୍ଡ କରି ଏକ ଗ୍ଲାସ ପାଣି ଓ ମହୁ ସହ ମିଶାଇ ଖାଇବା ଦ୍ୱାରା ଆଣ୍ଠଗଣ୍ଠି ସମସ୍ୟା ଦୂର ହୋଇଥାଏ ।

୨. ଆମ୍ବ ଟାକୁଆର ଗୁଣ୍ଡ ଖାଇବା ଦ୍ୱରା ଏହା ରକ୍ତ ସଞ୍ଚାଳନକୁ ମଧ୍ୟ ସଠିକ ରଖିଥାଏ । ଏହାସହ ଆପଣଙ୍କ କୋଲେଷ୍ଟ୍ରଲ ଲେବଲ ମଧ୍ୟ କଣ୍ଟ୍ରୋଲ ରହେ । ଏହା ବ୍ଲଡ଼ ଶୁଗାର ଲେବଲକୁ ଠିକ ରଖିବା ସହ ଶରୀରରେ ରକ୍ତର ପରିମାଣ ମଧ୍ୟ ଠିକ ରହିଥାଏ ।

୩. ଆମ୍ବ ଟାକୁଆରେ ସାଇଟ୍ରିକ ଏସିଡ ଥାଏ । ଯାହାପାଚନ ତନ୍ତ୍ରକୁ ଠିକ କରିଥାଏ । ପ୍ରତିଦିନ ଯଦି ଆମ୍ବ ଟାକୁଆର ଗୁଣ୍ଡ ଖାଇବେ ତେବେ ଏହା ପାଚନ ତନ୍ତ୍ରକୁ ଠିକ କରିଥାଏ ।

୪. ଏକ ଅଧ୍ୟୟନରୁ ଜଣାପଡିଛିକି ଆମ୍ବ ଟାକୁଆରେ ଥିବା ଫାଇବରର ଗୁଣ ରୋଗସହ ଲଢିବା ସହ ଏହା ପ୍ରତିରୋଧକ କ୍ଷମତାକୁ ବଡାଇବା ସହ ଶରୀରକୁ ସୁସ୍ଥ ରଖେ । କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା କରିଥାଏ ।

Leave A Reply

Your email address will not be published.

four × five =