You are currently viewing ତ୍ୱଚା ପାଇଁ ଉପକାରୀ ଶିୟା ବଟର

ତ୍ୱଚା ପାଇଁ ଉପକାରୀ ଶିୟା ବଟର

ଶିୟା ବଟର ଆପଣଙ୍କ ତ୍ୱଚା ପାଇଁ ବହୁତ ଫାଇଦାଯୁକ୍ତ। ଏହାର ବ୍ୟବହାର ଅନେକ ବିୟୁଟି ପ୍ରଡକ୍ଟରେ କରାଯାଏ। ଏଥିରେ ଶାମ୍ପୁ, କ୍ରିମ, ବଡି ଲୋସନ ଇତ୍ୟାଦି ବିୟୁଟି ପ୍ରଡକ୍ଟ ସାମିଲ ରହିଛି। ଏଥିରେ ଆଣ୍ଟି ଇମ୍ଫ୍ଲୋମେଣ୍ଟାରୀ ଗୁଣ ଏବଂ ଉପଚାର ଗୁଣ ରହିଥାଏ। ଏହା କେଶ, ତ୍ୱଚା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ଦେବାରେ ସହାୟତା କରିଥାଏ। ଶିୟା ବଟର ଷ୍ଟ୍ରେଚ ମାର୍କ୍ସ ଦୂର କରିଥାଏ। ଶୀତଦିନେ ତ୍ୱଚା ରୁକ୍ଷ ଏବଂ ଶୁଷ୍କ ହୋଇଯାଏ। ଏମିତିରେ ଆପଣ ଶିୟା ବଟରକୁ ବ୍ୟବହାର କରିପାରିବେ। ଏହା ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ। ଶିୟା ବଟର ତ୍ୱଚା ପାଇଁ ଆଣ୍ଟି ଏଜିଂ ଏଜେଣ୍ଟ କାମ କରିଥାଏ। ଯାହା ତ୍ୱଚାକୁ ଉଜ୍ଜ୍ୱଳ ଏବଂ ଗ୍ଲୋଇଂ ମଧ୍ୟ ବନାଇଥାଏ। ଯଦି ଆପଣ ତ୍ୱଚାରୁ ଅତିରିକ୍ତ ଲୋମ ଉପାଡିବା ପାଇଁ ରେଜର ବ୍ୟବହାର କରୁଥିବେ ନିଶ୍ଚିତ। ଆଉ ଏହାକୁ ବ୍ୟବହାର କଲେ ଜ୍ୱଳନ ସମସ୍ୟା ଦେଖାଦେଇଥାଏ। ଏହି ସମୟରେ ଆପଣ ଶିୟା ବଟରକୁ ବ୍ୟବହାର କରିପାରିବେ। ଏହା ଭଲ ମଶ୍ଚରାଇଜର ଭାବେ କାମ କରିଥାଏ। ଏହା ଆପଣଙ୍କ ତ୍ୱଚାକୁ ଆରାମ ଦେଇଥାଏ। ଏହା ସେଭିଂ ପରେ ହେଉଥିବା ଜ୍ୱଳନରୁ ରକ୍ଷା କରିଥାଏ।

photo credit: Veda Oils

ଓଠରେ ଶିୟା ବଟର ଲଗାଇବା ମଧ୍ୟ ଫାଇଦାଯୁକ୍ତ ହୋଇଥାଏ। ଏହା ବହୁତ ସହଜରେ ଅବଶୋଷିତ ହେବା ସହିତ ଓଠକୁ ନମନୀୟ ଏବଂ ପୋଷକ ତତ୍ତ୍ୱ ଦେଇଥାଏ। ଥଣ୍ଡା ଦିନରେ ଓଠ ଶୁଷ୍କ ସମସ୍ୟା ସାମ୍ନା କରିବାକୁ ପଡିଥାଏ। ଏଥିରେ ଶିୟା ବଟରକୁ ଆପଣ ଲିପ୍‌ବାମ୍‌ ଭାବେ ବ୍ୟବହାର କରିପାରିବେ। ଶିୟା ବଟରରେ ଅନେକ ଆଣ୍ଟି ଇମ୍ଫ୍ଲୋମେଣ୍ଟାରୀ ଗୁଣ ରହିଥାଏ। ଏହା ମୁହଁ ଫୁଲିବା ସମସ୍ୟାକୁ କମ୍‌ କରିଥାଏ। ଏହାସହ ଶିୟା ବଟର ନିୟମିତ ବ୍ୟବହାର କରିବା ଦ୍ୱାରା ସନବର୍ନ, କୁଣ୍ଡାଇ ହେବା, ଦାଗ ଇତ୍ୟାଦି ସମସ୍ୟାରୁ ମୁକ୍ତି ମିଳେ।

ଅନ୍ୟମାନଙ୍କୁ ଜଣାନ୍ତୁ।