ଜାଣନ୍ତୁ ଶରୀର ପାଇଁ କନ୍ଦମୂଳର ଫାଇଦା

ଶୀତ ଋତୁ ଆସିବା କ୍ଷଣି ବଜାରରେ କନ୍ଦମୂଳ ମିଳିଥାଏ । କନ୍ଦମୂଳ ଶରୀର ପାଇଁ ବେଶ ଫାଇଦାକାରୀ ହୋଇଥାଏ । ଯାହାକୁ ଖାଇଲେ ଆମକୁ ବହୁତ ଲାଭ ମିଳିଥାଏ । କନ୍ଦମୂଳକୁ କେହି କେହି ସ୍ବିଟ ପୋଟାଟୋ ମଧ୍ୟ କହନ୍ତି ଯାହା ସ୍ବାଦରେ ଯେତେ ମିଠା ହୋଇଥାଏ ସ୍ବାସ୍ଥ୍ୟ ପାଇଁ ସେତିକି ଲାଭଦାୟକ ହୋଇଥାଏ। ଏହି ଫଳ କେବଳ ଏହି ଋତୁରେ ହିଁ ମିଳିଥାଏ। ତେବେ ଏହାକୁ ଖାଇବାର ମଜା ନିଅନ୍ତୁ। କିଛି ଳୋକ ଏହାକୁ ମିଠା ଫଳ ମଧ୍ୟ କୁହନ୍ତି।

ମଧୁମେହ ରୋଗୀ ମାନେ ଭାବନ୍ତି ଯେ କନ୍ଦମୂଳ ମିଠା ହୋଇଥିବା କାରଣରୁ ଏହାକୁ ଖାଇବା ଉଚିତ ନୁହେଁ। ହେଲେ କନ୍ଦମୂଳର ସେବନ ଦ୍ବାରା ରକ୍ତରେ ଶର୍କରାର ସ୍ତର ଠିକ ରହିଥାଏ ଏବଂ ଇନସୁଲିନର ମାତ୍ରା ମଧ୍ୟ ଠିକ ରହିଥାଏ।

କନ୍ଦମୂଳରେ ପ୍ରୋଟିନ, ଭିଟାମିନ, ମିନେରାଲ୍ସ ଏବଂ ପ୍ରୋଟିନ ଭଲଭାବେ ଥାଏ ଏବଂ ଏହା ଶରୀରକୁ ଅତିରିକ୍ତ ଉର୍ଜା ପ୍ରଦାନ କରିଥାଏ। ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ କନ୍ଦମୂଳ ଖାଆନ୍ତୁ। କନ୍ଦମୂଳରେ ଭିଟାମିନ ବି କମ୍ପଲେକ୍ସ, ଆଇରନ, ଫସଫରସ, ଭିଟାମିନ ସି ବ୍ୟତିତ ବିଟା କ୍ୟାରୋଟିନ ପ୍ରଚୁର ମାତ୍ରାରେ ମିଳିଥାଏ ଏଥିପାଇଁ ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ ବନାଇବାର କାମ କରିଥାଏ। କନ୍ଦମୂଳ ଶରୀରକୁ ଗରମ ମଧ୍ୟ ରଖିଥାଏ ଏବଂ ଏଥିରେ ଥିବା ଭିଟାମିନ ସି ର ସେବନ ଦ୍ବାରା ବ୍ରଙ୍କାଇଟିସ ଏବଂ ଫୁସଫୁସ ଜନିତ ସମସ୍ୟାରୁ ମଧ୍ୟ ଆରାମ ମିଳିଥାଏ। କନ୍ଦମୂଳରେ ମାଗ୍ନେସିୟମ, ଜଙ୍କ୍, ବୀଟା କ୍ୟାରୋଟିନ ଏବଂ ଭିଟାମିନ ବି କମ୍ପଲେକ୍ସ ହୋଇଥାଏ। ଏଥିପାଇଁ ଏହା ଅର୍ଥରାଇଟିସ ରୋଗୀଙ୍କ ପାଇଁ ଭଲ ହୋଇଥାଏ।

Leave A Reply

Your email address will not be published.