You are currently viewing ପ୍ରଚୁର ପାଣି ପିଇବାର ଫାଇଦା

ପ୍ରଚୁର ପାଣି ପିଇବାର ଫାଇଦା

ଶରୀରରେ ପାଣି କମ୍‌ହେବାର ଅନେକ ରୋଗମାନ ଦେଖାଯାଇଥାଏ । ମୁଣ୍ଡ ବୁଲାଇବା, ମୁହଁ ଶୁଖିଯିବା, ହାଲିଆ ଅନୁଭବ ହେବା ଭଳି ଲକ୍ଷଣ ମାନ ଦେଖାଯାଇଥାଏ । ଶରୀରରେ ପାଣିର କମି ହେବା ଯୋଗୁ ଏହାର ପ୍ରଭାବ କେଶ ଧ ତ୍ୱଚା ଉପରେ ମଧ୍ୟ ଦେଖାଯାଇଥାଏ । ଏହାଛଡା ତ୍ୱଚା ଲାଗିଲାଗି ହୋଇ ରହିଲା ପରି ଦେଖାଯାଇଥାଏ । କିନ୍ତୁ ଏଠାରେ ଆପଣଙ୍କ କିଛି ଏମିତି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ୱାରା ପାଣିର ମାତ୍ରା କମ୍ ହେବା ଯୋଗୁ ଚେହେରାରେ ଦେଖାଯାଇଥାଏ । ଯାହା ଆପଣ କେବେହେଲେ ଅଣଦେଖା କରନ୍ତୁ ନାହିଁ ।

ଡ୍ରାଏ ସ୍କିନ : କିଛିଲୋକଙ୍କର ସ୍କିନ ଶରୀରରେ ପାଣିର ମାତ୍ରା କମ୍ ହେବା ଯୋଗୁ ଡ୍ରାଏ ଦେଖାଯାଇଥାଏ । ଯେତେବେଳେ ଶରୀରରେ ପାଣିର ମାତ୍ରା କମ୍ ହୋଇଥାଏ ତ୍ୱଚା ଆମର ଡିହାଇଡ୍ରେଟ ହୋଇଥାଏ । ଏଥିପାଇଁ ଯଦି ଆପଣଙ୍କ ସ୍କିନ ଡ୍ରାଏ ଅଛି ତେବେ ଏହାକୁ ନଜରଅନ୍ଦାଜ କରନ୍ତୁ ନାହିଁ ।
ଓଡରେ ପଡୁଥିବା ଶୁଖିଲା ଚମଡା : ଓଠରେ ପଡୁଥିବା ଶୁଖିଲା ଚମଡା ମଧ୍ୟ ଡିହାଇଡ୍ରେଟ ତ୍ୱଚାର ଏକ ଲକ୍ଷଣ ଅଟେ । ଶରୀରରେ ପାଣିର କମି ହେବା ଯୋଗୁ ଓଠରେ ଡେଡ୍ ସ୍କିନ ସେଲସ ଜମିବାକୁ ଲାଗିଥାଏ । କେବଳ ଏତିକି ନୁହେଁ ପାଣିର କମି ହେବା ଦ୍ୱାରା ଓଠ ଫାଟିବାକୁ ଲାଗିଥାଏ ।
ଋିଙ୍କେଲ ପଡିଥାଏ : ବୟସ ବଢିବା ସହ ହାତ ଓ ସ୍କିନରେ ରିଙ୍କଲ ବଡିଥାଏ । ଏହା ଦ୍ୱାରା ଚେହେରା ଅସୁନ୍ଦର ଦେଖାଯାଇଥାଏ । ଯଦି ଆପଣଙ୍କ ଚେହେରା ଏପରି ଦେଖାଯାଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।